Breaking PLUSମୁଖ୍ୟ ଖବର

ରାଜ୍ୟରେ ମୌସୁମୀ ସକ୍ରିୟ, ବିଭିନ୍ନ ଅଂଚଳରେ ବର୍ଷା ଜାରି

ଭୁବନେଶ୍ୱର- ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ଦୁଇ ଘଣ୍ଟା ପାଇଁ ୩ ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ସତର୍କତା ଦିଆଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା। ସେପଟେ ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ​ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ମଙ୍ଗଳବାର ସକାଳ ସୁଦ୍ଧା ଯାଜପୁର , ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ, ନବରଙ୍ଗପୁର , ରାୟଗଡା, ଗଜପତି , ଗଞ୍ଜାମ, କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

Show More

Related Articles

Back to top button