କ୍ରିପ୍ଟୋ ପ୍ରୋଜେକ୍ଟ୍କୁ ହ୍ୟାକ୍ କରିନେଲେ ହ୍ୟାକର୍
ନେଇଗଲେ ୨୦୦ ମିଲିୟନ୍ ଡଲାର୍

ଆମେରିକୀୟ କ୍ରିପ୍ଟୋ ପ୍ରୋଜେକ୍ଟ ନମାଡ ଉପରେ ସାଇବର୍ ଆଟାକ୍ । ବାରମ୍ୱାର ଆଟାକ୍ କରିବା ଫଳରେ ଏହି ପ୍ଲାଟ୍ଫର୍ମର ପାଖାପାଖି ୨୦୦ ମିଲିୟନ୍ ଡଲାର୍ କ୍ଷତି ହୋଇଥିବା ଜଣାପଡ଼ିଛି । କୁହାଯାଉଛି କି ହ୍ୟାକର୍ସ ମାନେ ଏହି ପ୍ଲାଟଫର୍ମର ଟ୍ରାଞ୍ଜାକ୍ସନ କଲ୍ ଡାଟା ଫନକ୍ସନ୍ରେ ଥିବା ଦୁର୍ବଳତାକୁ ଭେଦ କରି ପଶିଥିଲେ । ଏଥି ସହିତ ଅନେକ ବ୍ୟବହାରକାରୀଙ୍କୁ ମଧ୍ୟ ପ୍ରଭାବିତ କରିଥିଲେ । ଏନେଇ ଉକ୍ତ କମ୍ପାନୀର ଅଫିସଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ରେ ସୂଚନା ଦିଆଯାଇଛି । ହ୍ୟାକିଂକୁ ନେଇ ତଦନ୍ତ କରାଯାଉଥିବା ଏବଂ ଆଗକୁ ବ୍ୟବହାରକାରୀଙ୍କୁ ଅଧିକ ଅପଡେଟ୍ ଦିଆଯିବ ବୋଲି କୁହାଯାଇଛି ।
ସୂଚନା ଥାଉକି, ନମାଡ୍ ହେଉଛି ଆମେରିକୀୟ କ୍ରିପ୍ଟୋ ପ୍ରୋଜେକ୍ଟ । ଯାହାକି ବିଭିନ୍ନ ନେଟୱାର୍କ ମଧ୍ୟରେ ପାରସ୍ପରିକ କାର୍ଯ୍ୟଦକ୍ଷତା, ଯାହା ମୂଳତଃ ଦୁଇଟି ବ୍ଲକ୍ ଚେନ୍ ସହିତ ସଂଯୁକ୍ତ ହେବା ଦିଗରେ କାର୍ଯ୍ୟ କରିଥାଏ । ଏହି ପ୍ରୋଜେକ୍ଟ ବିଶେଷତଃ ସୁରକ୍ଷିତ ଏବଂ ଶସ୍ତାରେ କ୍ରିପ୍ଟୋସ୍ଙ୍କୁ ବିଭିନ୍ନ ବ୍ଲକ୍ଚେନ୍ ମାଧ୍ୟମରେ ପ୍ରୋଗ୍ରାମବଲ୍ ବିନିମୟ ପ୍ରସ୍ତୁତ କରେ ।