Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର

ନିଜ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ନୃଶଂସ ପତ୍ନୀ

ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ତ୍ରିପୁରାର ଖୋଓ୍ୱାଇ ଜିଲ୍ଲାରେ ।

ନିଜ ସ୍ୱାମୀକୁ ନିର୍ମମ ଜଘନ୍ୟ ଭାବେ ହତ୍ୟା କରିଛି ପତ୍ନୀ । ମୁଣ୍ଡ କାଟି ହତ୍ୟା କରିବା ପରେ ସ୍ୱାମୀର କଟା ମୁଣ୍ଡକୁ ଧରି ମନ୍ଦିରରେ ରଖିଦେଇ ଆସିଲା ନୃଶଂସ ପତ୍ନୀ । ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ତ୍ରିପୁରାର ଖୋଓ୍ୱାଇ ଜିଲ୍ଲାରେ । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ସକାଳୁ ଉଠିବା ପରେ ଘର ଭିତରେ ରକ୍ତ ଜୁଡୁବୁଡୁ ମୁଣ୍ଡ ବିହୀନ ଶବ ଦେଖିଥିଲା ପୁଅ । ୫୦ ବର୍ଷୀୟ ସ୍ୱାମୀ ରବୀନ୍ଦ୍ର ତାନ୍ତୀଙ୍କୁ ଅତି ନିର୍ମମ ଭାବେ ବେକ କାଟି ହତ୍ୟା କରିବା ପରେ ମୁଣ୍ଡ କାଟି ମନ୍ଦିରରେ ନେଇ ରଖିଦେଇଥିଲା ପତ୍ନୀ । ପୋଲିସ କହିବା ମୁତାବକ, ମହିଳାଜଣକ ନିଜ ସ୍ୱାମୀଙ୍କୁ କାହିଁକି ହତ୍ୟା କରିଲେ ଏବଂ ମୁଣ୍ଡ କାଟି ମନ୍ଦିରରେ ରଖିଲେ ସେ ନେଇ ବର୍ତ୍ତମାନ ସୁଦ୍ଧା କିଛି ଖବର ଜଣାପଡିନାହିଁ । ମୃତକଙ୍କ ବଡ ପୁଅଙ୍କର ବୟାନ ଅନୁଯାୟୀ, ତାଙ୍କ ମା’ ଙ୍କର ଗତ କିଛିଦିନ ହେଲା ମାନସିକ ରୋଗ ସମସ୍ୟା ଥିଲା । ଚିକିତ୍ସା ମଧ୍ୟ ଜାରି ରହିଥିଲା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପରେ ୪୨ ବର୍ଷୀୟ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ରବୀନ୍ଦ୍ର ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥି​‌ଲେ । ମା’ ର ଏଭଳି ଜଘନ୍ୟ ହତ୍ୟାକାଣ୍ଡ ବାବଦରେ ପ୍ରଥମେ ନାବାଳକ ପୁଅ କହିଥିଲା । ବଡ ପୁଅଙ୍କ କହିବା କଥା ଯେ, ‘ମାଆ ସବୁଦିନ ନିରାମିଷ ଖାଦ୍ୟ ଖାଆନ୍ତି କିନ୍ତୁ ଶୁକ୍ରବାର ରାତିରେ ସେ ଆମିଷ ଖାଇଥିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସମସ୍ତେ ଶୋଇବା ପାଇଁ ଯାଇଥିଲେ। କିନ୍ତୁ ସକାଳୁ ଉଠି ଦେଖିବା ବେଳକୁ ପାଦତଳୁ ମାଟି ଖସିଯାଇଥିଲା । ପିତାଙ୍କର ମୁଣ୍ଡ ବିହୀନ ଶବ ପଡିରହିଥିଲା । ଆଉ ନିକଟରେ ମା’ ଧାରୁଆ ଅସ୍ତ୍ର ଧରି ଛିଡା ହୋଇଥିଲା । ଚିତ୍କାର କରି ବାହାରକୁ ଦୌଡି ପଳିଆସିବା ପରେ ଅନ୍ୟମାନଙ୍କୁ ଡାକିଥିଲୁ । କିଛି ସମୟ ପରେ ଦେଖିବାକୁ ମିଳିଲା ଯେ, ମନ୍ଦିରରେ ପିତାଙ୍କର କଟା ମୁଣ୍ଡ ରଖାଯାଇଛି ।’ ପୋଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାର ସଠିକ୍ ତଥ୍ୟ କିଛି ମିଳିନାହିଁ ।

Show More

Related Articles

Back to top button