Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆସାମରୁ 5କୋଟିର ହେରୋଇନ୍ ଜବତ

ତିନସୁକିୟା: ଆସାମର ତିନସୁକିୟା ଜିଲ୍ଲାରୁ ରବିବାର ରାତିରେ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରାଯାଇଛି । କାକୋପଥାରରେ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ସମୟରେ ହେରୋଇନ୍ ଜବତ କରାଯାଇଥିବା ବେଳେ ଏହି ଘଟଣାରେ 3ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ମାଦକ ଦ୍ରବ୍ୟର ମୂଲ୍ୟ ପାଖାପାଖି 5 କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି ।

ଏଠାରେ ସୂଚନାଯୋଗ୍ୟ, ଏହି ସବୁ ମାଦକ ଦ୍ରବ୍ୟ ଏକ ସ୍ୱିଫ୍ଟ ଡିଜାୟାର ଗାଡିରେ ଡିମାପୁରରୁ କାକୋପଥାରକୁ ଚାଲାଣ କରାଯାଉଥିଲା । ତେବେ ଖବର ପାଇବା ପରେ ତିନସୁକିୟା ପୋଲିସ, କାକୋପଥାର ପୋଲିସ ସହଯୋଗରେ ଚେକିଂ ଚଳାଇଥିଲା । ଏବଂ ଚେକିଂ ସମୟରେ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରାଯାଇଛି ।

Show More

Related Articles

Back to top button