ଦେଶବ୍ୟକ୍ତିତ୍ୱମନୋରଞ୍ଜନସେଲିବ୍ରିଟି
କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ନାୟିକା ଖୋଜା , ଚୟନ ତାଲିକାରେ ଅଛନ୍ତି ଏହିସବୁ ହିରୋଇନ

ଆଗକୁ ଆସୁଛି ‘ଆଶିକ୍ ୩’ । ଏହି ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ବର୍ତ୍ତମାନ ତାଙ୍କ ପାଇଁ ନାୟିକା ଖୋଜା ଚାଲିଛି । କାର୍ତ୍ତିକଙ୍କ ବିପକ୍ଷରେ ନାୟିକା କିଏ ହେବ, ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଏହି ଚୟନ ତାଲିକାରେ ଅନେକ ନୂଆ ନୂଆ ନାୟିକାଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି ।
ନିକଟରେ ଏକ ଚକ୍ଲେଟ ବିଜ୍ଞାପନରେ କାର୍ତ୍ତିକ ଓ ରଶ୍ମିକା ଏକାଠି ନଜର ଆସିଥିଲେ। ତେଣୁ ଆଶା କରାଯାଉଛି କି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ କାର୍ତ୍ତିକ ନଜର ଆସିପାରନ୍ତି । ସେହିପରି ନାୟିକା ଖୋଜା ତାଲିକାରେ ଶ୍ରଦ୍ଧା କପୁର ଓ ଦୀପିକା ପାଦ୍ୟୁକୋନ୍ଙ୍କ ନାଁ ମଧ୍ୟ ସାମିଲ ରହିଛି ।
ତେବେ ଦେଖିବାକୁ ବାକି ରହିଲା ଅନୁରାଗ ବସୁଙ୍କ ନିର୍ଦ୍ଦେଶିତ ଉକ୍ତ ସିନେମାରେ କାର୍ତ୍ତିକଙ୍କ ‘ଆଶିକ୍ ୩’କୁ କେତେ ପରିମାଣରେ ଦର୍ଶକେ ପସନ୍ଦ କରିବେ ।