ଦେଶସେଲିବ୍ରିଟିସ୍ୱାସ୍ଥ୍ୟ

କାର୍ ଦୂର୍ଘଟଣାଗ୍ରସ୍ତରୁ ଅଳ୍ପକେ ବର୍ତ୍ତିଲେ ଇମଲି’ର ଫେମ୍‌ ହେତଲ ଯାଦବ

କାର୍ ଦୂର୍ଘଟଣାଗ୍ରସ୍ତରୁ ଅଳ୍ପକେ ବର୍ତ୍ତିଲେ ଇମଲି’ର ଫେମ୍‌ ହେତଲ ଯାଦବ । ଗତକାଲି ବିଳମ୍ବିତ ରାତିରେ ସୁଟିଂ ସାରି ସେ  ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୯ଟା ସମୟରେ JVLR ରାଜପଥରେ ତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ମାରିଥିଲା । ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେତଲ । ବର୍ତ୍ତମାନ ସେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ,ଫିଲ୍ମ ସିଟିରୁ ସୁଟିଂ ସାରି ରାତି ପ୍ରାୟ ୮.୪୫ରେ ଘରକୁ ଫେରୁଥିବାବେଳେ ଜେଭିଏଲଆର ଛକରେ ଏକ ଟ୍ରକ ଅଭିନେତ୍ରୀଙ୍କ କାରକୁ ଧକ୍କା ଦେବା ସହ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଗାଡି ଓଲଟିବାର ଠିକ୍‌ ପୂର୍ବରୁ ବ୍ରେକ୍‌ ମାରି ଜୀବନ ବଞ୍ଚାଇଛନ୍ତି ଅଭିନେତ୍ରୀ । ସୌଭାଗ୍ୟବଶତଃ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀଜଣକ । ଗତ ୨୫ ବର୍ଷରୁ ଅଭିନୟ ଜଗତ ସହ ଜଡିତ ଅଛନ୍ତି ହେତଲ । ଲୋକପ୍ରିୟ ସିରିଏଲ ‘ତାରକ ମେହତା କା ଉଲଟା ଚଷମା’ରେ ଜ୍ବାଲା ଚରିତ୍ରରୁ ଲୋକପ୍ରିୟତା ହାସଲ କରିଛନ୍ତି ହେତଲ ।

Show More

Related Articles

Back to top button