ଦେଶ ବିଦେଶମୁଖ୍ୟ ଖବରରାଜନୀତି

ହିମାଚଳପ୍ରଦେଶ ନିର୍ବାଚନ: ପ୍ରଚାର ବେଳେ କଂଗ୍ରେସକୁ ନିଶାନା କଲେ ପ୍ରଧାନମନ୍ତ୍ରୀ ମୋଦି

ଧର୍ମଶାଳା: ହିମାଚଳପ୍ରଦେଶ ପାଇଁ ନିର୍ବାଚନ ପ୍ରଚାର ଜୋରଦାର ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ନିଶାନା କରିଛନ୍ତି। ମୋଦି କହିଛନ୍ତି ଯେ, କଂଗ୍ରେସ ପାଇଁ ସରକାର ଆସିବା, ସରକାରରେ ରହିବା ଏକ ରାଜପ୍ରାସାଦ ଚଳାଇବା ସଦୃଶ। ମିଥ୍ୟା ପ୍ରତିଶ୍ରୃତି ଦେବା, ମିଥ୍ୟା ଗ୍ୟାରେଣ୍ଟି ଦେବା କଂଗ୍ରେସର ଏକ ପୁରୁଣା ଅଭ୍ୟାସ। ଚାଷୀଙ୍କୁ ଋଣ ଛାଡ ନାମରେ କଂଗ୍ରେସ କିପରି ମିଛ କୁହେ ତାହା ସମଗ୍ର ଦେଶ ସାକ୍ଷୀ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି। ଏହି ସମାବେଶରେ ସେ କହିଛନ୍ତି ଯେ ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। କାରଣ ଏଠାକାର ଯୁବକ ଓ ମହିଳା ଜାଣନ୍ତି ଯେ ବିଜେପି ବିକାଶକୁ ପ୍ରାଥମିକତା ଦେଇଥାଏ । ତେଣୁ ଏହି ବିଧାନସଭା ନିର୍ବାଚନରେ ​​ଏଠାକାର ଲୋକମାନେ ବିଜେପିକୁ ପୁଣି ଭୋଟ ଦେଇ ବିଜୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଶିମ୍‌ଲାସ୍ଥିତ ଦଳୀୟ ମୁଖ୍ୟାଳୟରେ ଆଜି କଂଗ୍ରେସ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛି। ଏଥିରେ ପୁରାତନ ରାଜନୈତିକ ଦଳ କଂଗ୍ରେସ ଯୁବାଙ୍କ ପାଇଁ କର୍ମସଂସ୍ଥାନ ବ୍ୟବସ୍ଥା, ୩୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ ମହିଳାମାନଙ୍କୁ ମାସିକ ଅନୁକମ୍ପା ରାଶି ସମେତ ରାଜ୍ୟବାସୀଙ୍କୁ ୧୦ଟି ଗ୍ୟାରେଣ୍ଟି ପ୍ରତିଶ୍ରୃତି ଦେଇଛି। ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଦଳର ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ ଧନୀରାମ ଶାଣ୍ଡିଲ୍‌ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜନଜୀବନକୁ ଦୁର୍ବିଷହ କରିପକାଇଲାଣି। ଗତ ବିଧାନସଭା ନିର୍ବାଚନରେ ହିମାଚଳର ଜନସାଧରଣ ବିଜେପିକୁ ଭୋଟ୍‌ ଦେଲେ। ୫ ବର୍ଷ ପରେ ଲୋକେ ଠକାମିର ଶିକାର ହୋଇଥିବା ସେ କହିଛନ୍ତି।

Show More

Related Articles

Back to top button