ଓଡ଼ିଶାବ୍ୟକ୍ତିତ୍ୱ
ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍
ଶୁଭ ଜନ୍ମଦିନର ଶୁଭାଵସରରେ ଉତ୍କଳ ପ୍ରହରୀ ପରିବାର ପକ୍ଷରୁ ଅଭିନନ୍ଦନ ସହ ଶୁଭକାମନା ଜଣାଉଛୁ
୮୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେ ୧ ମାର୍ଚ୍ଚ ୧୯୪୧ରେ ହରିୟାଣାର ସିର୍ସାଠାରେ ଜନ୍ମଗ୍ରହଣ କରିଥିଲେ । ସମସ୍ତ ଓଡ଼ିଆଙ୍କ ମନ ଜିଣିଥିବା ଆମର ପ୍ରିୟରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଭଳି ବିଦ୍ୱାନ ସମଗ୍ର ଭାରତରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମଗ୍ର ବିଦ୍ୟାର୍ଥୀ ଜୀବନରେ ପ୍ରଥମ ଶ୍ରେଣୀରେ ପ୍ରଥମ, ଇଂରାଜୀ ଭାଷା ସାହିତ୍ୟରେ ସମ୍ମାନରେ ସ୍ନାତକରେ ପ୍ରଥମ ହୋଇ ସ୍ନାତକୋତ୍ତରରେ ଗଣିତରେ ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ ପ୍ରାପ୍ତ ହେବା ଏକ ବିରଳ କୃତିତ୍ୱ । ସାଧାରଣତଃ ବିଜ୍ଞାନ ସ୍ନାତକ ମାନେ କଳାରେ ସ୍ନାତକୋତ୍ତର କରି ସଫଳତା ପାଇଛନ୍ତି , ମାତ୍ର କଳାରୁ ଗଣିତ ଶାସ୍ତ୍ରରେ ସ୍ନାତକୋତ୍ତର ଅବିଶ୍ବାସନୀୟ। ୨୯ ମେ, ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜଭବନକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିଛନ୍ତି
ଶୁଭ ଜନ୍ମଦିନର ଶୁଭାଵସରରେ ଉତ୍କଳ ପ୍ରହରୀ ପରିବାର ପକ୍ଷରୁ ଅଭିନନ୍ଦନ ସହ ଶୁଭକାମନା ଜଣାଉଛୁ ।