Breaking PLUSଓଡ଼ିଶାମୁଖ୍ୟ ଖବର
4ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି
ନୂଆଦିଲ୍ଲୀ/ଭୁବନେଶ୍ୱର- 4ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃୟାରୀ 28 ତାରିଖ ଅପରାହ୍ନ 4.45 ମିନିଟ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ମୟୂରଭଞ୍ଜରେ ତାଙ୍କ ଜନ୍ମମାଟିରେ ପହଞ୍ଚିବେ । ଫେବୃୟାରୀ 29 ତାରିଖରେ ରାଷ୍ଟ୍ରପତି ମାଆ କିଚକେଶ୍ୱରୀ ମନ୍ଦିରରେ ଦର୍ଶନ କରିବେ । ଏହାପରେ ରାଷ୍ଟ୍ରପତି କେନ୍ଦୁଝର ଗସ୍ତ କରିବେ ଏବଂ କେନ୍ଦୁଝରରେ ଏକ ଆଦିବାସୀ ସମ୍ମିଳନୀକୁ ଉଦଘାଟନ କରିବେ ଏବଂ ଧରଣୀଧର ୟୁନିର୍ଭସିଟିରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । ଫେବୃୟାରୀ 29ରେ ଉତ୍କଳ ୟୁନିର୍ଭସିଟିରେ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧନ କରିବେ । ମାର୍ଚ୍ଚ 1ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଥିବା ବେଳେ ଏହାପରେ ସେ ବ୍ରହ୍ମପୁର ୟୁନିଭର୍ସିଟିରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାପରେ ମାର୍ଚ୍ଚ 2ରେ ସମ୍ବଲପୁର ଗସ୍ତ କରିବେ ।