
ଆସନ୍ତା ୨୮ରୁ କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ ଲିଗ ଆରମ୍ଭ ହେବାକୁ ଯାଉଛି । ଏହି ୨୦୨୨-୨୩ରେ FIH ହକି ପ୍ରୋ ଲିଗରେ ଭାରତ ସମେତ ସ୍ପେନ ଓ ନ୍ୟୁଜଲାଣ୍ଡ ଟିମ ଅଂଶଗ୍ରହଣ କରିବାର ସୂଚନା ମିଳିଛି ।
ତେବେ ଏଥିପାଇଁ ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଆଜି ପହଞ୍ଚିଛି ସ୍ପେନର ୨୬ ଜଣିଆ ଟିମ। ସ୍ପେନ ଟିମ ବିମାନ ବନ୍ଦରରେ ପହଁଚିବା ପରେ ଭବ୍ୟ ସ୍ୱାଗତ କରାୟିବା ସହ କଡା ସୁରକ୍ଷାରେ ଏକ ସ୍ୱତନ୍ତ୍ର ବସ ଯୋଗେ ସ୍ପେନ ଟିମ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।
ସ୍ପେନ ଟିମ କୋଚ ମାକ୍ସି ମିଲାନୋ କହିଛନ୍ତି ଯେ, ପ୍ରୋ ଲିଗ ମ୍ୟାଚ ପାଇଁ ଟିମ ବେଶ ପ୍ରସ୍ତୁତ ଥିବା ବେଳେ ଆଗକୁ ବିଶ୍ୱକପ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଦଳର ଅଭ୍ୟାସ ପାଇଁ ବେଶ ସହାୟକ ହେବ । କଳିଙ୍ଗ ଷ୍ଟାଡିୟମର ପଡିଆ ଖୁବ ଭଲ, ଏହା ସହିତ ରାଉରକେଲାରେ ମଧ୍ୟ ବିଶ୍ୱକପ ହେବାକୁ ଥିବାରୁ ସେଠାକୁ ଯାଇ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରୋ ଲିଗ ପାଇଁ ଆଜି ରାତିରୁ ଟିମ ଅଭ୍ୟାସ ଆରମ୍ଭ କରିବ। ସ୍ପେନ ଟିମ ଭଲ ପ୍ରଦର୍ଶ କରିବେ ବୋଲି ଆଶା ରଖିଛନ୍ତି ସ୍ପେନ ହକି ଟିମର କୋଚ ।