ଅପରାଧଆଇନ କାନୁନଓଡ଼ିଶାମନୋରଞ୍ଜନମୁଖ୍ୟ ଖବର

ଓଲିଉଡର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ଅଭିନେତ୍ରୀ କରାଇବା ଆଳରେ ଅକ୍ଷୟ ପରିଜା ଯୌନ ନିର୍ଯାତନା ଦେଉଥିବା ଜଣେ ଯୁବତୀ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଏ ନେଇ ଏତଲା ଦେଇଥିବା ସୂଚନାମିଳିଛି। ସୂଚନା ଅନୁଯାୟୀ, ୨ ବର୍ଷ ତଳେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଯୁବତୀ ଜଣଙ୍କ ପରିଜାଙ୍କୁ ଭେଟି ସିନେମା ଓ ବ୍ୟବସାୟରେ କାମ କରିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀ ପରିଜା ତାଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ପରେ ମଉକା ଦେଖି ତାଙ୍କ ଘରକୁ ଯାଇ ଖରାପ ସମ୍ପର୍କ ରଖିଥିଲେ । ଏହି ସମୟରେ ଶ୍ରୀ ପରିଜା ଭିଡିଓ ସୁଟିଂ କରି ରଖିଥିଲେ। ଭିଡିଓ ଭାଇରାଲ୍‌ର ଧମକ ଦେଇ ଯୌନ ଶୋଷଣ କରୁଥିଲେ । କିଛିଦିନ ତଳେ ଯୁବତୀ ଜଣଙ୍କ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି କଥା ଶ୍ରୀ ପରିଜା ଜାଣିବା ପରେ ତାଙ୍କ ବିରୋଧରେ ଅପପ୍ରଚାର କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ସମ୍ପର୍କ ନ ରଖିଲେ ଶ୍ରୀ ପରିଜା ଅଶ୍ଳୀଳ ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଦେବେ ଧମକ ଦେଇଥିଲେ । ଏ ନେଇ ପୀଡ଼ିତା ଗୁରୁବାର ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ସହ ଅକ୍ଷୟ ପରିଜାଙ୍କର କେତେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମଧ୍ୟ ଲିକ୍‌ ହୋଇଛି। ତେବେ ଏସବୁ ଫଟୋ ସତ କି ଫଟୋଶପ୍‌ରେ ଏଡିଟ୍‌ ହୋଇଛି ତାହା ମଧ୍ୟ ତଦନ୍ତସାପେକ୍ଷ। ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ୍‌ କହିଛି, ଘଟଣା ଆମେ ଶୁଣିଛୁ । ହେଲେ ଏଯାଏ କୌଣସି ଏତଲା ଆସିନାହିଁ । ଅନ୍ୟପକ୍ଷରେ ଅକ୍ଷୟ ପରିଜା ପ୍ରତିକ୍ରିୟା ଦେଇଛନ୍ତି ଯେ, ମୋର ସେହି ଯୁବତୀଙ୍କ ସହ କୌଣସି ଖରାପ ସମ୍ପର୍କ ନାହିଁ। କେହି ମୋର ଫଟୋକୁ ନକଲ କରି ଯୁବତୀଙ୍କ ସହ ଯୋଡ଼ି ଭାଇରାଲ୍‌ କରିଛି । ଏଥିପାଇଁ ଗୋଟିଏ ଗୋଷ୍ଠୀ ଷଡଯନ୍ତ୍ର କରିଛନ୍ତି । ସେମାନେ ମୋତେ ବ୍ଲାକମେଲିଂ କରୁଥିଲେ। ଖୁବ୍‌ ଶୀଘ୍ର ସତ ପଦାକୁ ଆସିବ ବୋଲି ଅକ୍ଷୟ ପରିଜା କହିଛନ୍ତି ।

Show More

Related Articles

Back to top button