ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଓଲିଉଡ୍ ସୁପରଷ୍ଟାର ବାବୁସାନ ମହାନ୍ତି । ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ହସ୍ପିଟାଲ ଆସି ଭେଟିଥିବା ଖବର ସାମ୍ନାକୁ ଆସିଛି । ତେବେ ଗତ କିଛିଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଦମନ ଫିଲ୍ମର ପ୍ରମୋସନ ପାଇଁ ଯାଇ ଲେହରେ ଅସୁସ୍ଥ ହୋଇଥିଲେ ବାବୁସାନ । ସେଠାରେ ବାଇକ ରାଇଡ ଯୋଗୁଁ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଅକ୍ସିଜେନ ସ୍ତର କମିବା ଓ ପେଟଜନିତ ସମସ୍ୟା କାରଣରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।