Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର
ଭୁବନେଶ୍ୱରରେ ସତ୍ୟନିଷ୍ଠାର ଉଦାହରଣ ଅଟୋ ଚାଳକ ଫେରାଇଲେ ୩ ଲକ୍ଷର ସୁନା ଗହଣା

ରାଜଧାନୀରେ ଜଣେ ଅଟୋ ଚାଳକଙ୍କ ସତ୍ୟନିଷ୍ଠା ଓ ମାନବିକତାର ଉଦାହରଣ ସାମ୍ନାକୁ ଆସିଛି। ଅଟୋ ଚାଳକ ସନ୍ତୋଷ ସାହୁ ତାଙ୍କ ଗାଡ଼ିରେ ଭୁଲବଶତଃ ରହିଯାଇଥିବା ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଗହଣା ମାଲିକାଙ୍କୁ ଫେରାଇଦେଇଛନ୍ତି।
ବାଲେଶ୍ୱରର ସୁଚିସ୍ମିତା ଦେ ଶପିଂ ପାଇଁ ଭୁବନେଶ୍ୱର ଆସିଥିବା ବେଳେ ପଟିଆ ଛକରେ ଅଟୋରୁ ଓଲ୍ହାଇବା ସମୟରେ ଗହଣା ବକ୍ସ ଭୁଲିଯାଇଥିଲେ। ପରେ ସନ୍ତୋଷ ଗାଡ଼ିରେ ବକ୍ସ ଦେଖି ସେଥିରେ ଥିବା ବିଲ୍ରୁ ମୋବାଇଲ୍ ନମ୍ବର ମିଳାଇ ମାଲିକାଙ୍କୁ ସମ୍ପର୍କ କରିଥିଲେ।
ମୈତ୍ରୀ ବିହାର ଥାନାରେ ପୋଲିସଙ୍କ ସମ୍ମୁଖରେ ସେ ସମସ୍ତ ଗହଣା ଫେରାଇଦେଇଥିଲେ। ପୋଲିସଙ୍କ ପକ୍ଷରୁ ସନ୍ତୋଷଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରାଯାଇଥିବା ବେଳେ, ମାଲିକା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସନ୍ତୋଷ କହିଛନ୍ତି, ସଠିକ୍ ପଥରେ ଉପାର୍ଜନ କରିବାରେ ସେ ବିଶ୍ୱାସ କରନ୍ତି ଏବଂ ଅନ୍ୟର ଜିନିଷ ନେଇ କେବେ ଧନୀ ହେବାକୁ ଚାହୁଁନାହାନ୍ତି।



