Breaking PLUSଓଡ଼ିଶାମୁଖ୍ୟ ଖବର

ଫେବୃଆରୀରୁ କଲବଲ କଲାଣି ତାତି

ଫେବୃଆରୀରୁ କଲବଲ କଲାଣି ତାତି। ଗତକାଲି ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଟପିଥିବାବେଳେ ଆଜି ୩୬ ଡିଗ୍ରୀ ଟପିଗଲା। ଟାଇଁ ଟାଇଁ ଖରା ଏବେଠୁ ଅସହ୍ୟ ହେଲାଣି। ବସନ୍ତରେ ମୃଦୁ ମଳୟ ବଦଳରେ ବୈଶାଖର ଝାଞ୍ଜି ଅନୁଭୂତ ହେଲାଣି। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୬.୭ ଡିଗ୍ରୀ ରେକର୍ଡ଼ ହୋଇଥିବାବେଳେ ଟିଟିଲାଗଡ଼ରେ ୩୬ ଡିଗ୍ରୀ ରହିଛି। ପାରଳାଖେମୁଣ୍ଡିରେ ୩୫.୮, ଝାରସୁଗୁଡ଼ାରେ ୩୫.୬ ଡିଗ୍ରୀ, ସମ୍ବଲପୁର ୩୫.୧, ଭବାନୀପାଟଣାରେ ୩୫ ଡିଗ୍ରୀ ରହିଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ତାପମାତ୍ରା ୩୪.୯ ଡିଗ୍ରୀ ରହିଛି। କଟକରେ ୩୩ ଡିଗ୍ରୀ ରେକର୍ଡ଼ ହୋଇଛି।

Show More

Related Articles

Back to top button