Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ତ୍ରୀ ଓ ଝିଅକୁ ଗୁଳି କରି ସ୍ୱାମୀର ଆତ୍ମହତ୍ୟା

ଲଖନପୁର : ଝାରସୁଗୁଡାରେ ଚାଞ୍ଚଲ୍ୟ । ଲଖନପୁର ଥାନା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ବାଣ୍ଡିପାହାଡ଼ ମିନି ଷ୍ଟାଡିୟମ ଭିତରୁ ଏକ କାରରୁ ପୁଲିସ୍ ଗୋଟିଏ ପରିବାରର ବାପା , ମାଆ ଏବଂ ଝିଅର ମୃତଦେହ ଉଦ୍ଧାର କରିଛି। ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା ଅର୍ନ୍ତଗତ କାଳୀନଗର ଅଞ୍ଚଳର ସୁଜିତ ରାଏ, ତାଙ୍କ ପତ୍ନୀ ଖୁଶୁବୁ ରାଏ ଓ ଝିଅ ଅର୍ପିତା ରାଏ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନାହିଁ। କିନ୍ତୁ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସୁଜିତ କୌଣସି କଥାକୁ ନେଇ ପ୍ରଥମେ ତାଙ୍କ ପତ୍ନୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ସେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ପୁଲିସ କାର ଭିତରୁ ୩ ଜଣଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ମୃତ ସୁଜିତ ଝାରସୁଗୁଡ଼ା ସ୍ଥିତ ଏକ ଘରୋଇ କମ୍ପାନୀରେ ଜଣେ କର୍ମଚାରୀ ଥିବା ଜଣାପଡ଼ିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button