ଦେଶସ୍ୱତନ୍ତ୍ର

ଆସନ୍ତା ବର୍ଷ ଦେଶରେ ଚାଲିବ ହାଇଡ୍ରୋଜେନଚାଳିତ ଟ୍ରେନ-ରେଳମନ୍ତ୍ରୀ

 ଆସନ୍ତା ବର୍ଷ ଦେଶରେ ଚାଲିବ ହାଇଡ୍ରୋଜେନଚାଳିତ ଟ୍ରେନ । ଟ୍ରେନରେ ବ୍ୟବହୃତ ହେବ ଗ୍ରୀନ ହାଇଡ୍ରୋଜେନ । ଫଳରେ ଜିରୋ କାର୍ବନ ଲକ୍ଷ୍ୟ ପୂରଣ ହେବ । ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି- ଗତି ଶକ୍ତି ଟର୍ମିନାଲସ ନୀତି ଅନୁସାରେ ଦେଶର ବିଭିନ୍ନ ଦୁର୍ଗମ ଓ ରେଳପଥ ଯାଇ ନଥିବା ଅଞ୍ଚଳକୁ ରେଳ ସଂଯୋଗ କରାଯିବା ନିମନ୍ତେ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ବିଶ୍ବରେ କେବଳ ଜର୍ମାନୀ ହାଇଡ୍ରୋଜନଚାଳିତ ଟ୍ରେନ ବିକଶିତ କରିଛି ।

Show More

Related Articles

Back to top button