ମୁଁ ଆଣ୍ଠୁ ମାରି ଭିକ ମାଗୁଥିବା ଦେଶରେ ରାଷ୍ଟ୍ରପତି ହେବାକୁ ଆଦୌ ଚାହେନାହିଁ – ୟୁକ୍ରେନ ରାଷ୍ଟ୍ରପତି
ଋଷ ଆଗରେ ହାର ମାନିଲେ ଜେଲେନସ୍କି

ନୂଆଦିଲ୍ଲୀ : ନାଟୋକୁ ନା ନା କଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ରୁଷ-ୟୁକ୍ରେନ ଯୁଦ୍ଧ ୧୪ ଦିନ ବିତିଥିବାବେଳେ ଋଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଯାଇଛି ସଂପୂର୍ଣ୍ଣ ୟୁକ୍ରେନ ସହର । ଏବେ ମଧ୍ୟ ଋଷ ପକ୍ଷରୁ ଆକ୍ରମଣ ଜାରି ରହିଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଶେଷରେ ଋଷ ଆଗରେ ହାର ମାନିଛନ୍ତି । ନାଟୋ ସଦସ୍ୟତା ପାଇଁ ସେ ଆଶାୟୀ ନଥିବା କହିଛନ୍ତି ।
ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧିନ ମାନ୍ୟତାକୁ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି । ଆମେରିକା ଗଣମାଧ୍ୟମରେ ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି ଯେ, ନାଟୋ ୟୁକ୍ରେନର ସଦସ୍ୟତାକୁ ଗ୍ରହଣ କରିବନି ବୋଲି ମୁ ଜାଣିଥିଲି । ତେଣୁ ଏହା ଉପରେ ଚିନ୍ତା କରିବା ବନ୍ଦ୍ କରି ସାରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଣ୍ଠୁ ମାରି ଭିକ ମାଗୁଥିବା ଦେଶରେ ରାଷ୍ଟ୍ରପତି ହେବାକୁ ଆଦୌ ଚାହେନାହିଁ ।
ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନର ନାଟୋ ସଦସ୍ୟ ପାଇଁ ଆଗ୍ରହ ପ୍ରକାଶ କରିବା ରୁଷର ଆକ୍ରମଣ ପଛର ଏକ ପ୍ରମୁଖ କାରଣ । ଅନ୍ୟପକ୍ଷରେ ରୁଷର ଭୟ ଯେ, ଯଦି ନାଟୋ ସେନା ୟୁକ୍ରେନରେ ପ୍ରବେଶ କରନ୍ତି ତେବେ ତାହା ମସ୍କୋ ପାଇଁ ବିପଦ ହେବ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଏହି ଦୁଇ ଅଞ୍ଚଳ ଉପରେ କୌଣସି ଦେଶର ଅଧିକାର ରହିବ ନାହିଁ । ଋଷ ମଧ୍ୟ ସମାନ ଦାବି କରିଛି । ସେହିପରି ଜେଲେନସ୍କି ଋଷ ସହିତ ଆଲୋଚନା କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ।