Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଆଜି ଆଇସିସି ଚମ୍ପିଆନ ଟ୍ରଫି ୨୦୨୫ରେ ଦୁଇ ଦେଶର ମହାମୁକାବିଲା । ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ବୋଲିଂ କରିବ ଭାରତ । ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିନି ଭାରତ । ଅଷ୍ଟ୍ରେଲିଆ ଦଳରେ ୨ ପରିବର୍ତ୍ତନ ହୋଇଥିବା ବେଳେ ତନବୀର,କୁପର ସାମିଲ ହୋଇଛନ୍ତି । ସ୍ପିନରଙ୍କୁ ଉଭୟ ଦଳ ଭରସା କରିଛନ୍ତି ।