Breaking PLUSଓଡ଼ିଶାମୁଖ୍ୟ ଖବର

ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି

ଭୁବନେଶ୍ୱର- ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଚେତିଲା ଉଚ୍ଚଶିକ୍ଷା ବିଭାଗ। ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି।

ରାଜ୍ୟର ସବୁ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ବିଶ୍ବବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷ ମାନେ ୩୦ ତାରିଖ ସୁଦ୍ଧା ବିଭାଗ କୁ ଆଇସିସି ନେଇ ଜଣାଇବେ। କିଛି ଦିନ ତଳେ ବାଣୀବିହାରରେ ଛାତ୍ରୀଙ୍କୁ ଅଧ୍ୟାପକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା।

Show More

Related Articles

Back to top button