ICMRର ଆକଳନ : ଇନଫ୍ଲୁଏଞ୍ଜା ପରି ସର୍ବଦା ବିଦ୍ୟମାନ ରହିବ କରୋନା
କରୋନାକୁ ନେଇ ଦୈନିକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦେଶରେ ଗୋଟିଏ ପରେ ଗୋଟିଏ କରୋନା ଲହର ଭୟ ବଢ଼ାଇବାରେ ଲାଗିଛି ।

ଏପରିକି କୁହାଯଇଛି ଅନେକ ସ୍ଥାନରେ ତୃତୀୟ ଲହର ଆସିବା ଅନୁମାନ କରାଯାଉଛି । ହେଲେ ଏହାର କେବେ ଅନ୍ତ ଘଟିବ, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଏହାରି ଭିତରେ ଆଇସିଏମଆରର ରିପୋର୍ଟ ଏବେ ସମସ୍ତଙ୍କ ପାଇଁ ଭୟ ସୃଷ୍ଟଚି କରିଛି ।ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡା କହିଛନ୍ତି, ନିର୍ଦ୍ଦିଷ୍ଟ ଗୋଷ୍ଠୀ କିମ୍ବା ନିର୍ଦ୍ଦିଷ୍ଟ ଅଂଚଳରେ କରୋନା ରହିବ । ଏହି ଭୂତାଣୁ ଜନିତ ରୋଗ ଥଣ୍ଡା ଜ୍ୱର ବା ସର୍ଦ୍ଦି କାଶ ଭଳି ରୋଗରେ ପରିଣତ ହେବ । ଏହା ସର୍ବଦା ବିଦ୍ୟମାନ ହେବ ବୋଲି ସେ ଆକଳନ କରିଛନ୍ତି । ଅର୍ଥା ଆମେ ଯେପରି ପର୍ତିବର୍ଷ ଜ୍ୱର ଥଣ୍ଡା କାଶରେ ପୀଡିତି ହୋଇ ଔଷଧ ସେବନ କରୁ । ଠିକ୍ ସେହିପରି କରୋନା ପ୍ରତିବର୍ଷ ଆମ ଶରୀରରେ ରହିବ ।
ତେବେ ଏଥିପାଇଁ କୌଣସି ଔଷଧ ନଥିବାରୁ ଏଥିପାଇଁ ଅଧିକ ବିପଦ ଥିବା ଲୋକଙ୍କୁ ପ୍ରତିବର୍ଷ ଟିକା ନେବାକୁ ପଡିପାରେ । ମହାମାରି ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞ ଡ.ସମୀରନ ପଣ୍ଡାହ୍କ ଏହି ରିପୋର୍ଟ ଏବେ ସମସ୍ତଙ୍କ ଚେତାବନୀ ପାଲଟିଛ । ସେ କହିଛନ୍ତି ଯେ ଭାଇରସ ନିଜର ରୂପ ପରିବର୍ତନ କରେ ଏବଂ ଏହା ଏକ ସ୍ୱାଭାବିକ କଥା ।୧୦୦ ବର୍ଷ ପୂର୍ବରୁ ସାଧାରଣ ଥଣ୍ଡା ଜ୍ୱର ମଧ୍ୟ ଏକ ବିଶ୍ୱ ମହାମାରୀ ଥିଲା, କିନ୍ତୁ ଏହା ଏବେ ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ଆସିଥାଏ । ଠିକ ସେହିପରି କରୋନା ମଧ୍ୟ ଏକ ଭୂତାଣୁଜନୀତ ରୋଗ, ଏହା ଅନ୍ୟ ସଂକ୍ରାମକ ରୋଗ ଭଳି ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଆସିବ ଓ ଏଥି ନିମନ୍ତେ ପ୍ରତିବର୍ଷ ଟିକାର ଆବଶ୍ୟକତା ପଡିପାରେ ।