ଦେଶବ୍ୟକ୍ତିତ୍ୱ

ଦେଶର ନୂତନ CJI ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଚନ୍ଦ୍ରଚୂଡ,ନଭେମ୍ବର ୯ରୁ ନେବେ ଦାୟିତ୍ବ

ଦେଶର ନୂତନ CJI ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଚନ୍ଦ୍ରଚୂଡ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଦିଲ୍ଲୀର ଡି ଓ୍ବାଇ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ତାଙ୍କୁ ପ୍ରଦାନ କରିବେ । ନଭେମ୍ବର ୯ ରୁ ଦାୟିତ୍ବ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼ । ଦେଶର ୫୦ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଚନ୍ଦ୍ରଚୁଡ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ।

ବର୍ତ୍ତମାନର ସିଜେଆଇ ୟୁୟୁ ଲଲିତ ଅବସର ନେବାର ଦିନକ ପରେ ନଭେମ୍ବର ୯ରେ ଜଷ୍ଟିସ ଚନ୍ଦ୍ରଚୂଡ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ଆଗାମୀ ଦୁଇ ବର୍ଷ ଯାଏଁ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ସମୟ ରହିବ । ମୁଖ୍ୟ ବିଚାରପତି ଲଲିତଙ୍କ କାର୍ଯ୍ୟକାଳ ଆହୁରି ୭୪ଦିନ ରହିଛି । ଡି ୱାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଛନ୍ତି ୟୁୟୁ ଲଲିତ ।

 

Show More

Related Articles

Back to top button