
ରାଜ୍ୟ ସରକାର ପାଇଁ ଏବେ ସତର୍କ ଘଣ୍ଟି । ଏବେ ବି ସରକାର ସର୍ଭିଲେନ୍ସ ଜାରି ରଖିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।ସେହିପରି ବର୍ତ୍ତମାନ ସ୍ଥିତିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନକୁ ଗୁରୁତ୍ୱ ଦିଆଯିବା ଦରକାର । ଜଣକ ଘରୁ ବି ପଜିଟିଭ ବାହାରିଲେ ଘର ସିଲ୍ କରାଯିବା ଆବଶ୍ୟକ । ସିନେମାହଲ ଓ ଯାତ୍ରାରେ କୋଭିଡ କଟକଣା ନ ମାନିଲେ ବଡ ବିପଦ ଆସିପାରେ ଡାକ୍ତର ମିଶ୍ର ସତର୍କ କରାଇ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୩୭ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୬୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୮୭୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୮୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୫୬୮୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯୬୬ ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୧୬୦୯୭୪୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।