
ଏହି ପରିବର୍ତ୍ତନର ପ୍ରଭାବ ଆପଣଙ୍କ ଉପରେ ବି ପଡିପାରେ। ଏଣୁ ଏବାବଦେ ବିସ୍ତୃତ ଜାଣି ରଖନ୍ତୁ। ଏହି ପରିବର୍ତ୍ତନ ସମ୍ପର୍କରେ ପିଏନବି ଟ୍ୱିଟ୍ କରି ଗ୍ରାହକଙ୍କୁ ସୂଚିତ କରିଛନ୍ତି। ଯଦି ପିଏନବିଙ୍କ ଟ୍ୱିଟ୍ ଆପଣଙ୍କ ନଜରରେ ନ ପଡିଛି ତେବେ ଏଠାରେ ବିସ୍ତୃତ ଖବର ଦେଖନ୍ତୁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟ୍ୱିଟ୍ କରି ଏପ୍ରିଲ ୪ ତାରିଖରୁ ପଜେଟିଭ ପେ ପ୍ରଣାଳୀ ବାଧ୍ୟତାମୂଳକ କରିବାକୁ ଯାଉଥିବା ସୂଚିତ କରିଛନ୍ତି।
ଏହି ବ୍ୟବସ୍ଥାରେ କୌଣସି ଗ୍ରାହକ ବ୍ୟାଙ୍କ ବ୍ରାଞ୍ଚ ଅଥବା ଡିଜିଟାଲ ଚ୍ୟାନେଲ ମାଧ୍ୟମରେ ୧୦ ଲକ୍ଷ ବା ତଦୁର୍ଦ୍ଧ୍ୱ ରାଶି ଲାଗି ଚେକ୍ ଜାରି କରୁଛନ୍ତି ତେବେ ଏଥିପାଇଁ ପିପିଏସ କନଫର୍ମେସନ ଜରୁରି ହେବ। ଏହି କନଫର୍ମେସନ ଲାଗି ଗ୍ରାହକଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଚେକ୍ ନମ୍ବର, ଚେକ୍ ଏଲଫା, ଚେକ୍ ତାରିଖ, ଚେକର ପରିମାଣ ଓ ବେନିଫିସିୟାରୀଙ୍କ ନାମ ସୂଚିତ କରିବାକୁ ହେବ।
ଜାଣନ୍ତୁ ପଜେଟିଭ ପେ ସିଷ୍ଟମ କ’ଣ?
ଯେହେତୁ ବ୍ୟାଙ୍କ ପଜେଟିଭ ପେ ସିଷ୍ଟମ ଜରୁରି କରିଛନ୍ତି ଏଣୁ ତାଙ୍କ ଅଧିକାରୀକ ୱେବସାଇଟ୍ରେ ଏ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ୧୦ ଲକ୍ଷ ଟଙ୍କାର ଚେକ୍ ଜାରି କରୁଥିଲେ ଏହାର ଡିଜିଟାଲ ଓ ବ୍ରାଞ୍ଚରେ ଭେରିଫିକେସନ ଜରୁରି ହୋଇଯାଇଛି। ଏଣୁ ଗ୍ରାହକ ଏଥିଲାଗି ତାଙ୍କର ବିସ୍ତୃତ ବିରଣୀ ଦେବାକୁ ବାଧ୍ୟ। ନଚେତ ଚେକ୍ କ୍ଲିୟରାନ୍ସରେ ବିଳମ୍ବ ଅଥବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।