ଚୁଟି ଷ୍ଟ୍ରେଟ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ବଡ ରୋଗ

ନୂଆଦିଲ୍ଲୀ: ଯୁବତୀ ଓ ମହିଳାମାନେ ଚୁଟି ଷ୍ଟ୍ରେଟ୍ କରିବା ବର୍ତ୍ତମାନ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଛୋଟରୁ ବଡ, ଚୁଟି ଷ୍ଟ୍ରେଟ୍ କରିବା ସମସ୍ତଙ୍କର ସଉକ ପାଲଟିଗଲାଣି। ଘରେ ଘରେ କିଏ ନା କିଏ ନିଜ ଚୁଟି ସିଧା କରିବା ସହ ନୂଆ ଲୁକ୍ ଦେଉଛନ୍ତି। କହିବାକୁ ଗଲେ, ଷ୍ଟ୍ରେଟ୍ ଚୁଟି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ସେଥିପାଇଁ ତ ଏହା ପଛରେ ଯୁବପୀଢିମାନେ ପାଗଳ। ଆପଣ ବି ଚୁଟି ଷ୍ଟ୍ରେଟ୍ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। ଏହାଦ୍ୱାରା ଆପଣଙ୍କୁ ହୋଇପାରେ କ୍ୟାନସର। ପରମାନେଣ୍ଟ ହେୟାର ଷ୍ଟ୍ରେଟନିଙ୍ଗ ଅର୍ଥାତ୍ ସ୍ଥାୟୀ ଭାବରେ ଚୁଟି ସିଧା କରିବା ଆପଣଙ୍କୁ ଷ୍ଟାଇଲିସ ଲାଗିପାରେ ତେବେ ବାରମ୍ବାର ଏହା କରିବା ଦ୍ୱାରା ଚୁଟିକୁ କ୍ଷତି ମଧ୍ୟ ପହାଁଇଥାଏ। ଏପରିକି ଚୁଟି ଷ୍ଟ୍ରେଟ୍ କରିବା ବେଳେ ଯେଉଁ କେମିକାଲ ବ୍ୟବହାର କରାଯାଏ ତାହାଦ୍ୱାରା କ୍ୟାନସର ଆଶଙ୍କା ବଢିଥାଏ। ଏକ ଗବେଷଣାରୁ ଆମେରିକାର ବୈଜ୍ଞାନିକ ଦାବି କରିଛନ୍ତି ଯେ, ଚୁଟି ସିଧା କରିବାକୁ ବ୍ୟବହାର ହେଉଥିବା ରସାୟନ ପଦାର୍ଥ ଗର୍ଭାଶୟ କ୍ୟାନସର ଆଶଙ୍କାକୁ ବଢାଇଦିଏ। ତେଣୁ ଆପଣ ଚୁଟି ଷ୍ଟ୍ରେଟ କରୁଥିଲେ ସାବଧାନ ହୋଇଯାଆନ୍ତୁ ।