Breaking PLUSଓଡ଼ିଶାମୁଖ୍ୟ ଖବର
ବାତ୍ୟା ନେଇ ସୂଚନା ଦେଇନୁ, ଗୁଜବକୁ ବିଶ୍ୱାସ କରନ୍ତୁନି-ଆଇଏମଡି ଡିଜି

ଭୁବନେଶ୍ୱର : ବାତ୍ୟା ଚର୍ଚ୍ଚା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି। ବାତ୍ୟା ନେଇ ଆମେ ଏଯାଏଁ କୌଣସି ସୂଚନା ଦେଇ ନାହୁଁ ବୋଲି ଆଇଏମଡି ଡିଜି କହିଛନ୍ତି। ଏଯାବତ ଅନୁଧ୍ୟାନ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ଶେଷ ସପ୍ତାହ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବ। ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏହାର ପ୍ରକୃତ ରୂପରେଖ କଣ ହେବ ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ। ବାତ୍ୟା ହେବ ବୋଲି ଆମେ ପୂର୍ବାନୁମାନ ଦେଇନାହୁଁ ବୋଲି ଆଇଏମଡି ଡିଜି କହିଛନ୍ତି। ଗୁଜବ ଉପରେ ବିଶ୍ୱାସ ନକରିବାକୁ ଆଇଏମଡି ଡିଜିଙ୍କ ପକ୍ଷରୁ ସୂଚନା ମିଳିଛି।