୨୦୨୨ ଲୋକପ୍ରିୟ ଫିଲ୍ମ ତାରକାଙ୍କ ନାମ ଘୋଷଣା କଲା ଆଇଏମଡିବି

ଦେଶରେ ଚଳିତ ବର୍ଷ ଅନେକ ଫିଲ୍ମ ରିଲିଜ ହେବା ସହ ଲୋକପ୍ରିୟତା ହାସଲ କରିଛି । ଅନେକ ଫିଲ୍ମ ବକ୍ସ ଅଫିସ୍ରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥିଲା ବେଳେ, ସାଉଥ ଫିଲ୍ମ ଆରଆରଆର, କେଜିଏଫ୍-୨, ବ୍ରହ୍ମାସ୍ତ୍ର,ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଫିଲ୍ମ ଆରଆରଆର, ଏବଂ ୟଶଙ୍କ କେଜିଏଫ୍ ୨ ଭଳି ଫିଲ୍ମର ନାଁ ରହିଛି। ତେବେ ଆଜି ୨୦୨୨ ଲୋକପ୍ରିୟ ଫିଲ୍ମ ତାରକାଙ୍କ ନାମ ଘୋଷଣା କରିଛି ଆଇଏମଡିବି । ଏହି ଲିଷ୍ଟ ଆଇଏମଡିବି ଓ୍ବେବସାଇଟରେ ୟୁଜର୍ସଙ୍କ ରେଟିଂଙ୍କୁ ନେଇ ଦିଆଯାଇଛି।
ଘୋଷଣା ହୋଇଥିବା ଏହି ଲିଷ୍ଟରେ ସର୍ବପ୍ରଥମେ ଧନୁଷଙ୍କ ନାମ ରହିଛି । ଦ୍ବିତୀୟରେ ଆଲିଆ ଭଟ୍ଟଙ୍କ ନାଁ ରହିଥିବାବେଳେ ଏହାସହ ସମାନ୍ଥା ରୁଥ ପ୍ରଭୁ ଏବଂ ହ୍ରିତିକ ରୋଶନ ତଥା ଅନ୍ୟ ତାରକାଙ୍କ ନାଁ ରହିଛି।
ତେବେ ଆସନ୍ତୁ ନଜର ପକାଇବା ଓ୍ବେବସାଇଟ୍ ଅନୁଯାୟୀ ତାରକାଙ୍କ ରାଙ୍କିଂ
୧. ଧନୁଷ
୨. ଆଲିଆ ଭଟ୍ଟ
୩. ଐଶ୍ବର୍ଯ୍ୟା ରାୟ ବଚ୍ଚନ
୪. ରାମ ଚରଣ ତେଜା
୫. ସମାନ୍ଥା ରୁଥ ପ୍ରଭୁ
୬. ହ୍ରିତିକ୍ ରୋଶନ୍
୭. କିଆରା ଆଡଭାନୀ
୮. ଏନ.ଟି. ରାମା ରାଓ ଜୁନିୟର
୯. ଅଲ୍ଲୁ ଅର୍ଜୁନ୍
୧୦. ୟଶ୍