ଓଡ଼ିଶାବ୍ୟକ୍ତିତ୍ୱସ୍ୱାସ୍ଥ୍ୟ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର
ସ୍ବାସ୍ଥ୍ୟଜନିତ ସମସ୍ୟା ଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏନେଇ ସୂଚନା ଦେଇଛନ୍ତି ସିଡିଏମଓ ଡାକ୍ତର ଅରୁଣ ପାଢ଼ୀ ।
ଗତ ସୋମବାର ଦିନ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଜ୍ବର ସହ ଝାଡାବାନ୍ତି ହେଉଥିବାରୁ ତାଙ୍କୁ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନରେ ତାଙ୍କୁ ଚିକିତ୍ସା କରିଥିଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ । ତେବେ ଆଜି ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ସୂଚନା ମିଳିଛି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବାବେଳେ ତାଙ୍କୁ ଦୁଇ ଦିନ ଭିତରେ ଡିସଚାର୍ଜ କରାଯିବା ନେଇ ସୂଚନା ଦେଇଛନ୍ତି ସିଡିଏମଓ ।