ଡକ୍ଟର୍ସ ଓରିଏଂଟେସନ୍ ପ୍ରୋଗ୍ରାମ୍ -୨୦୨୧ ଅବସରରେ ଗତ ଫେବୃଆରୀ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ୍ କଲେଜ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇଏମ୍ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍ଘାଟନ କରିଥିଲେ ।
ପ୍ରତ୍ୟହ ଅପରାହ୍ଣ ୩ ଟାରୁ ୫ଟା ପର୍ଯ୍ୟନ୍ତ ନୂତନ ଭାବେ ଯୋଗ ଦେଇ ଥିବା ୨୫୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୂର୍ଯ୍ୟ ନମସ୍କାର, ଆସନ ଓ ପ୍ରାଣାୟାମ ଯୋଗ ଅଭ୍ୟାସ କରାଇବା ସହ ଓଁକାର ଧ୍ୱନି ମନ ଓ ଶରୀର ଉପରେ କିଭଳି ପ୍ରଭାବ ପକାଇଥାଏ ସେ ନେଇ ଶିକ୍ଷା ପ୍ରଦାନ କରିଥିଲେ ସୋଆର ଯୋଗ ଶିକ୍ଷକ ଶ୍ରୀ ଅଖିଳଚନ୍ଦ୍ର ରଣା । ତାଙ୍କର ଏହି କାର୍ଯ୍ୟକ୍ରମରେ ଶ୍ରୀ ମନୋଜ ସିଂ ସହଯୋଗ କରିଥିଲେ ।