Breaking PLUSଅପରାଧଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ୧୫ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

୧୫ ମିନିଟ୍‌ରେ ୧୫ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ ।

ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀଙ୍କ ରାଜ୍ । ୧୫ ମିନିଟ୍‌ରେ ୧୫ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ । ଅଳଙ୍କାର ଲୁଟିଲେ, ବନ୍ଧୁକ ଦେଖାଇ ଚମ୍ପଟ ମାରିଲେ । ଭୁବନେଶ୍ୱର ଉପକଣ୍ଠ ଯାଆଁଳାରେ ଲୁଟ୍ ପରେ ଗୁଳି ମାଡ଼ ହୋଇଛି । ଏକ ଜୁଏଲାରୀ ଦୋକାନରେ ଲୁଟ୍ କରିବାକୁ ଯାଇ ଆତଙ୍କରାଜ ଖେଳାଇଛନ୍ତି ଲୁଟେରା । ଜୁଏଲାରୀରେ କିଛି କେମିକାଲ୍ ସ୍ପ୍ରେ ପରେ ଦୁର୍ବୃତ୍ତ ଲୁଟ୍ କରିଥିବାର ସୂଚନା ମିଳିଛି । ଲୋକେ ପିଛା କରିବାରୁ ୨ ଦୁର୍ବୃତ୍ତ ଗୁଳିମାରି ଚମ୍ପଟ୍ ମାରିଥିବା ଜଣାପଡିଛି । ଏହାର ଏକ ସିସିଟିଭି ଫୁଟେଜ୍‌ ରେକର୍ଡ ହୋଇଛି । କିପରି ହାତରେ ବନ୍ଧୁକ ଧରି ଦୁର୍ବୃତ୍ତ ଲୋକଙ୍କୁ ଡରାଉଛନ୍ତି ତାହା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି । ଲୁଟ୍ କରିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସମୟରେ ବନ୍ଧୁକ ଦେଖାଇ ତାଙ୍କୁ ଧମକ ଦେଇଥିଲେ ଲୁଟେରା । ଏହି ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁର୍ବୃତ୍ତମାନେ ଲୁଟ୍‌ କରି ଗାଡ଼ି ଷ୍ଟାର୍ଟ କଲାବେଳେ ଗାଡି ଷ୍ଟାର୍ଟ ନ ହେବାରୁ ଗାଡ଼ିକୁ ଧକ୍କା ମାରି ପେଲିପେଲି ନେଉଥିବାର ଦେଖିବାକୁ ମିଳିଛି ।

Show More

Related Articles

Back to top button