
ବିଷାକ୍ତ ମଦ ପିଇ ନିଷେଧ ଥିବା ବିହାରରେ ୩୦ରୁ ଅଧିକ ଜଣଙ୍କର ମୃତ୍ୟ ହୋଇଥିବାବେଳେ ଏକାଧିକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ମୃତକ ହେଲେ ବିହାରର ଭାଗଲପୁର, ମାଧେପୁରା ଓ ବାଙ୍କା ଜିଲ୍ଲା ବୋଲି ପୋଲିସ ସୂଚନା ଦେଇଛନ୍ତି ।
ଗତ ଶୁକ୍ରବାର ଓ ଶନିବାର ହୋଲି ପାଳନ ହୋଇଥିଲା । ଏଇ ଅବସରରେ ଲୋକ ଏକାଠି ହୋଇ ହୋଲି ଖେଳିବା ସହ ମଦର ଆସର ମଧ୍ୟ ଜମାଇଥିଲେ । ଅଧିକାଂଶ ମ଼ୃତ୍ୟୁ ଭାଗଲପୁର ଜିଲ୍ଲାରେ ଘଟିଛି , ଫଳରେ ଶନିବାର ସକାଳେ ୨୨ ଜଣଙ୍କର ମୃତ୍ୟୁ ଘଟିଛି ।ବିଷାକ୍ତ ମଦ ପିଇବା ଫଳରେ ବର୍ତମାନ ସୁଦ୍ଦା ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୪ ମାସ ମଧ୍ୟରେ ବିଷାକ୍ତ ମଦ ପିଇ ରାଜ୍ୟରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ବିଷାକ୍ତ ମଦ ପିଇବା ପରେ ପେଟ ଯନ୍ତ୍ରଣା,ବାନ୍ତିର ଶିକାର ହୋଇଥିଲେ । ଆହତଙ୍କୁ ଭାଗଲପୁର, ମାଧେପୁରା ଓ ବାଙ୍କା ଜିଲ୍ଲାର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପୋଲିସ ଏ ମାମଲାରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଛି ।