
ମଦ ବନ୍ଦ କରାଯାଇଥିବା ବିହାରରେ ପୁଣି ନକଲି ମଦ ନେଲା ଜୀବନ । ବିହାର ଚାପ୍ରା ସାରଣ ଜିଲ୍ଲା ସୋନହୋ ଭାତା ଗାଁରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ରୁ ଉର୍ଦ୍ଧ୍ୱ ଦୃଷ୍ଟି ଶକ୍ତି ହରାଇଛନ୍ତି । ସମସ୍ତ ପିଡୀତଙ୍କୁ ପାଟନା ପିଏମସିଏଚରେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ତେବେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।
ଗ୍ରାମବାସୀଙ୍କ କହିବା ମୁତାବକ , ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ଲୋକ ମଦ ଗାଁରୁ ମଦ କିଣି ପିଇଥିଲେ । କିଛି ସମୟ ପରେ ଅନେକ ଅସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ପିଏମସିଏଚ ନିଆଯାଇଥିଲା । ସେଠାରେ ଜଣକ ପରେ ଜଣେ ପ୍ରାଣ ହରାଇଥିଲେ । ପ୍ରଥମେ ବୁଧବାର ପାନାପୁରମ ଗାଁର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ଦୁଇଦିନ ପୂର୍ବରୁ ପାଟନା ମେଡିକାଲ କଲେଜ ହସ୍ପିଟାଲରେ ୩ ଜଣଙ୍କ ଜୀବନ ଯାଇଥିଲା ଏବଂ ଜଣଙ୍କୁ ଡାକ୍ତରଖାନା ଆଣିବା ବାଟରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଚାପ୍ରା ସଦର ହସ୍ପିଟାଲରେ ଆଖି ବୁଜିଥିଲେ । ଅନେକ ଦୃଷ୍ଟିଶକ୍ତି ମଧ୍ୟ ହରାଇଥିଲେ
ତେବେ ଏହି ଘଟଣାରେ ସରଣ ଜିଲ୍ଲାପାଳ କହିଛନ୍ତି, “ଡାକ୍ତର ଟିମ ଓ ପାରାମେଡିକାଲ ଷ୍ଟାଫ ସ୍ଥାନୀୟ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି । ଖୁବ ଶୀଘ୍ର ଏହାର ତଦନ୍ତ କରାଯାଇ ମଦ ବ୍ୟବସାୟ ବନ୍ଦ କରାଯିବ ସହ ଗୁରୁତରଙ୍କ ସଠିକ ଚିକିତ୍ସା କରାଯିବ ।