ସ୍ୱାସ୍ଥ୍ୟ
ପିଲା ମାନଙ୍କ ଶରୀରରେ ଭିଟାମିନ ଡି କମିବା ଦ୍ଵାରା ହୋଇପାରନ୍ତି ଏହିସବୁ ରୋଗ ଦ୍ଵାରା ଆକ୍ରାନ୍ତ
ଆମ ଖାଇବା ପିଇବା ର ଖୁବ୍ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ଏମିତିରେ ପୋଷାକ ତତ୍ତ୍ଵ କମିବା ଦ୍ଵାରା ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।

ପିଲା ମାନଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ ଓ ମଜବୁତ୍ ରଖିବା ପାଇଁ ଭିଟାମିନ ଡି ର ଆବଶ୍ୟକତା ରହିଥାଏ । ଜନ୍ମ ପରେ ଶିଶୁ ମାନଙ୍କୁ ଗୋଟିଏ ନିଶ୍ଚିତ ମାତ୍ରାରେ ଭିଟାମିନ ଡି ର ଆବଶ୍ୟକତା ରହିଥାଏ ।
– ପିଲା ମାନଙ୍କ ଶରୀରରେ ଭିଟାମିନ ଡି କମିବା ଦ୍ଵାରା ହାଡ ଉପରେ ଏହାର ପ୍ରଭାବ ପଡିଥାଏ ।
– ଭିଟାମିନ ଡି କମିବା ଦ୍ଵାରା ପିଲାମାନଙ୍କର ଶରୀର ର ବିକାସ ଅଟକି ଯାଇଥାଏ ।
– ଯଦି ଆପଣଙ୍କ ପିଲା ମାନଙ୍କ ଶରୀରରେ ଭିଟାମିନ ଡି କମିବା ଦ୍ଵାରା ମସ୍ତିଷ୍କ ର ବିକାଶରେ ପ୍ରତିବନ୍ଧକ ଉପୁଜି ଥାଏ ।
– ଭିଟାମିନ ଡି କମିଲେ ଚାଲିବା ବୁଲିବା ଦ୍ଵାରା ଶରୀର ପ୍ରଭାବିତ ହୋଇଥାଏ ଓ ଶରୀର କ୍ଷତିଗ୍ରସ୍ତ ହୋଇଥାଏ ।
– ଭିଟାମିନ ଡି କାମିଲେ ହାଡ ବଙ୍କା ହୋଇ ଯାଇଥାଏ । ତା ସହିତ ଶରୀର ଦୁର୍ବଳ ହୋଇଥାଏ ।