ଚୀନ୍ର ସାଂଘାଇରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ
ଖାଦ୍ୟ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି ଲୋକ

ଭାରତରେ ଏବେ କରୋନା ସଂକ୍ରମଣ କମିଥିବା ବେଳେ ପଡ଼ୋଶୀ ରାଷ୍ଟ୍ର ଚୀନରେ ଏବେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ସେଠାରେ କରୋନା ଯୋଗୁ ନାହିଁ ନଥିବା ପରିସ୍ଥିତି ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ସେବାର ଡିଣ୍ଡିମ ବଜାଉଥିବା ଚୀନ ଏବେ କରୋନାର ନୂଆ ଲହର ସହିତ ସଂଘର୍ଷ କରୁଛି। ଏପରି ସ୍ଥଳେ ଚୀନର ସର୍ବାଧିକ ଜନସଂଖ୍ୟା ଥିବା ସହର ସାଂଘାଇରେ କରୋନାର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ପ୍ରଶାସନ ସେଠାରେ ଲକଡାଉନ ଘୋଷଣା କରିଥିବାରୁ୨ କୋଟି ୬୦ ଲକ୍ଷ ଲୋକ ସେଠାରେ ଘର ଭିତରେ ରହିଛନ୍ତି। ସେଠାରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହିତ ସୁପର ମାର୍କେଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ପରିସ୍ଥିତି ଏପରି ଉପୁଜିଛିଯେ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀରେ ମଧ୍ୟ କଟକଣା ଲଗାଇ ଦିଆଯାଇଛି। ଫଳରେ ଲୋକମାନେ ସେଠାରେ ଖାଇବା ପିଇବା ପାଇଁ ବହୁତ ଅସୁବିଧାର ସାମ୍ନା କରୁଛନ୍ତି । ଖବର ସରବରାହ ସଂସ୍ଥା ରୟେଟର୍ସ ଅନୁସାରେ ଚୀନର ବାଣିଜ୍ୟିକ କେନ୍ଦ୍ର ସାଂଘାଇରେ ବୁଧବାର ଲୋକମାନେ ଖାଦ୍ୟ ସାମଗ୍ରୀ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଛି। କରୋନା ଲକଡାଉନ ପାଇଁ ସେଠାରେ ୨କୋଟି ୬୦ ଲକ୍ଷ ଲୋକ ଏବେ ଘରେ ବନ୍ଦି ହୋଇ ରହିଛନ୍ତି। କରୋନା ପରୀକ୍ଷଣ ପାଇଁ ସେଠାରେ ସମସ୍ତ ସୁପର ମାର୍କେଟକୁ ମଧ୍ୟ ବନ୍ଦ କରିଦିଆ ଯାଇଛି। ଏହା ସହିତ ଅତ୍ୟାବଶକ ସାମଗ୍ରୀ ଉପରେ ମଧ୍ୟ କଟକଣା ଲଗାଇ ଦିଆଯାଇଛି ।
ସାଂଘାଇରେ ପ୍ରଥମ ଥର ପାଇଁ ବଢ଼ୁଥିବା କରୋନା ସଂକ୍ରମଣ କାରଣରୁ ଏପରି କଟକଣା ଲଗାଯାଇ ନାହିଁ। କିନ୍ତୁ ଗତ କିଛି ଦିନ ହେଲା ସେଠାରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଯେତେ ପର୍ଯ୍ୟନ୍ତ ସହରରେ କରୋନା ପାଇଁ ସମସ୍ତ ନମୁନା ପରୀକ୍ଷା କରା ନଯାଇଛି ସେତେ ପର୍ଯ୍ୟନ୍ତ କରୋନା କଟକଣା ହଟାଇବା ଉପରେ ବିଚାର କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନାଥାଉକି ଏପ୍ରିଲ୫ ତାରିଖରେ ସାଂଘାଇରେ ୧୬ ହଜାର ୭୬୬ଟି ନୂଆ କରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୪ ତାରିଖରେ ସେଠାରେ ୧୩,୦୮୬ଟି କରୋନା ମାମଲା ସାମ୍ନାକୁ ଆସିଥିଲା।