
ସରକାରଙ୍କ ସଚେତନତା ମୂଳକ ପଦକ୍ଷେପ ପାଇଁ କରୋନା ସଂକ୍ରମଣ ଏବେ ଧିରେ ଧିରେ କମିବାରେ ଲାଗିଛି। ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୫୩୦ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୮୭ ଜଣ ଲୋକ କୋଭିଡରୁ ସୁସ୍ଥ ହୋଇଛନ୍ତି । ଏବେ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୨୨୯ ରହିଛି । ଶୁକ୍ରବାର ଦିଲ୍ଲୀରେ ସ୍ୱାସ୍ଥ୍ଯ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ପରିସଂଖ୍ୟାନ ଅନୁସାର କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ଘଣ୍ଟା ମଧ୍ୟରେ ୫୩୦ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହା ମଧ୍ୟରେ କରୋନାରେ କେହି ମୃତାହତ ହୋଇନଥିବା ବେଳେ ୬୮୭ ଜଣ କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ଏବେ ଦିଲ୍ଲୀରେ କରୋନା ସକ୍ରିୟ ମାମଲା ୨୨୨୯ଟି ରହିଛି। ଦିଲ୍ଲୀରେ କରୋନା ସଂକ୍ରମଣ ହାର କମି ୨.୧୭ ପ୍ରତିଶତରେ ପହଞ୍ଚିଛି। ଦିଲ୍ଲୀରେ ଏବେବି ୮୯୫ଟି କଣ୍ଟେଣ୍ଟମେଣ୍ଟ ଜୋନ ରହିଛି। ଦିଲ୍ଲୀର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଦିଲ୍ଲୀରେ ରହୁଥିବା ଲୋକମାନେ ଏବେବି କରୋନା ନିୟମ ପାଳନ କରିବା ଉଚିତ। ତା ସହିତ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି ।