
ନିକଟରେ ଲତା ମଙ୍ଗେସକର ମଧ୍ୟ କୋଭିଡ୍ରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କ ଝିଆରୀ ରଚନା ଶାହା ସୂଚନା ଦେଇ କହିଛନ୍ତି, “ଦିଦି ଭଲ ଅଛନ୍ତି। ବର୍ତ୍ତମାନ ଆଇସିୟୁରେ ରେ ଅଛନ୍ତି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ୯୨ ବର୍ଷ ବୟସ୍କା ଲତା ମଙ୍ଗେଶକରଙ୍କର ଅଧିକ ବୟସ ହେତୁ ଅନେକ ସମସ୍ୟା ରହିଛି, ଯେଉଁ କାରଣରୁ ଡାକ୍ତରମାନେ ତାଙ୍କର ବିଶେଷ ଯତ୍ନ ନେଉଛନ୍ତି।
ଭଗବାନ ପ୍ରକୃତରେ ବହୁତ ଦୟାଳୁ। ସେ ଜଣେ ଫାଇଟର୍ ଏବଂ ବିଜେତା। ମୁଁ ଦେଶର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ସମସ୍ତେ ପ୍ରାର୍ଥନା କରନ୍ତି ସେତେବେଳେ କିଛି ଭୁଲ୍ ହୁଏ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଡାକ୍ତରମାନେ ବହୁତ ଭଲ କାମ କରୁଛନ୍ତି। ରଚନାଙ୍କ ବ୍ୟତୀତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡକ୍ଟର ପ୍ରତୀକ ସାମଦାନୀ ମଧ୍ୟ ଏକ ବିବୃତ୍ତିରେ କହିଛନ୍ତି, ସହର ଏବଂ ଦେଶର ସର୍ବୋତ୍ତମ ଡାକ୍ତରମାନେ ଗାୟିକାଙ୍କର ଯତ୍ନ ନେଇ ତାଙ୍କର ଚିକିତ୍ସା କରୁଛନ୍ତି।