ଦେଶ ବିଦେଶମୁଖ୍ୟ ଖବର

ରାଷ୍ଟ୍ରୀୟ ଶିକ୍ଷା ନୀତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ହାଇବ୍ରିଡ୍ ଶିକ୍ଷା ପଦ୍ଧତି ଉପରେ ଦେଲେ ଜୋର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାଷ୍ଟ୍ରୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନର ସମୀକ୍ଷା କରିଛନ୍ତି । ଏହାସହ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ଅନଲାଇନ ଏବଂ ଅଫଲାଇନ ଶିକ୍ଷାର ହାଇବ୍ରିଡ ପଦ୍ଧତି ବିକଶିତ କରିବା ଉପରେ ଜୋର ଦେଇଛନ୍ତି। ପିଏମ ମୋଦି କହିଛନ୍ତି, ପହଞ୍ଚ, ସହଭାଗୀତା, ଅନ୍ତର୍ଭୁକ୍ତ ଏବଂ ଗୁଣବତ୍ତା ଉଦ୍ଦେଶ୍ୟରେ ନଇପି ଲାଗୁ କରିବା ଦିଗରେ ଗତ ଦୁଇ ବର୍ଷରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ପିଏମଓରୁ ଜାରି ଏକ ବୟାନ ଅନୁସାରେ, ଅଙ୍ଗନବାଡି କେନ୍ଦ୍ରର ଡାଟାବେସକୁ ସ୍କୁଲ ଡାଟାବେସ ଅବାଧ ରୂପେ ଯୋଡିବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି। କାରଣ ଅଙ୍ଗନବାଡିରେ ପଢୁଥିବା ପିଲା ସ୍କୁଲ ଯାଉଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରୀୟ ପରିଚାଳନା କମିଟି ଅଧିନରେ ପ୍ରସ୍ତୁତ କରାଯାଇଥିବା ରାଷ୍ଟ୍ରୀୟ ପାଠ୍ୟକ୍ରମର ରୂପରେଖ ଏବଂ ପ୍ରଗତି ବାବଦରେ ଅବଗତ କରାଯାଇଥିଲା। ଛାତ୍ରଙ୍କ ବୈଚାରିକ କୌଶଳକୁ ବିକଶିତ କରିବ ପାଇଁ ସ୍ୱଦେଶୀ ରୂପେ ବିକଶିତ ଖେଳନାର ବ୍ୟବହାର ଉପରେ ଜୋର ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ସ୍କୁଲ ଛାଡିସାରିଥିବା ପିଲାଙ୍କୁ ପୁଣି ଥରେ ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ଉଚ୍ଚ ଶିକ୍ଷାରେ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନର ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯାହା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପିଏଓ ଅନୁସାରେ ଏନଇପିର ସୁପାରିସ ଅନୁସାରେ ଭାରତର ଶିକ୍ଷା ପଦ୍ଧତିକୁ ପ୍ରତ୍ସୋହିତ ଦିଆଯାଉଛି ଏବଂ ଅନୁସାରେ ସର୍ବଭାରତୀୟ ପ୍ରଯୁକ୍ତି ଶିକ୍ଷା ପରିଷଦ (ଏଆଇସିଟିଇ)ରେ ଏକ ଭାରତୀୟ ଜ୍ଞାନ ପ୍ରଣାଳୀ(ଆଇକେଏସ)ର ସ୍ଥାପନ କରାଯାଇଛି ଏବଂ ସାରା ଦେଶରେ ୧୩ କେନ୍ଦ୍ର ଖୋଲାଯାଇଛି। ପିଏମଓ ଅନୁସାରେ ଷ୍ଟାର୍ଟ ଅପ ଏବଂ ନବସୃଜନର ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ୨୮ ରାଜ୍ୟ ଏବଂ ୬ କେନ୍ଦ୍ର ଶାସିତ ପ୍ରଦେଶରେ ଉଚ୍ଚ ଶିକ୍ଷା ସଂସ୍ଥାନରେ ୨,୭୭୪ ସଂସ୍ଥାର ନବସୃଜନ କାଉଁସିଲ ସ୍ଥାପନା କରାଯାଇଛି। ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷା ରାଜ୍ୟ ମନ୍ତ୍ରୀ ସୁଭାଷ ସରକାର, ଅନ୍ନପୂର୍ଣ୍ଣ ଦେବୀ ଏବମ ରାଜକୁମାର ରଞ୍ଜନ ସିଂ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୁଖ୍ୟ ସଚିବ ପି.କେ. ମିଶ୍ର, ୟୁଜିସର ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ।

Show More

Related Articles

Back to top button