Breaking PLUSଦେଶ ବିଦେଶମୁଖ୍ୟ ଖବର

ଜୁଲାଇ ମାସରେ ୨ ମିଲିୟନରୁ ଅଧିକ ଆକାଉଣ୍ଟ ବ୍ୟାନ୍ କରିଛି ହ୍ୱାଟ୍ସଆପ୍

କାହିଁକି ଜାଣନ୍ତୁ

ଜୁଲାଇ ମାସରେ ୨ ମିଲିୟନରୁ ଅଧିକ ଆକାଉଣ୍ଟ ବ୍ୟାନ୍ କରିଛି ହ୍ୱାଟ୍ସଆପ୍। ଜୁନ ମାସରେ ବ୍ୟାନ୍ ହୋଇଥିବା ଆକାଉଣ୍ଟ ଠାରୁ ଏହା ସର୍ବାଧିକ। ଜୁନ ମାସରେ ୨୨ ଲକ୍ଷ ଆକାଉଣ୍ଟ ବ୍ୟାନ୍ କରାଯାଇଥିଲା। ହେଲେ ଏବେ ୨.୩ ମିଲିୟନ ଲୋକଙ୍କୁ ନୋଟିସ୍ ପଠାଇ ବ୍ୟାନ୍ କରାଯାଇଛି । ୟୁଜରମାନଙ୍କ ଅଭିଯୋଗ ପାଇବା ପରେ ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କରାଯାଇଥିବା ହ୍ୱାଟ୍ସଆପ୍ କହିଛି। କମ୍ପାନୀର କହିବା କଥା ହେଲା ଯେ ୟୁଜରମାନଙ୍କ ଠାରୁ ଅଭିଯୋଗ ପାଇବା ମାତ୍ରେ ଆକାଉଣ୍ଟ ବ୍ଲକ୍ କରାଯାଏ ନାହିଁ। ଅଭିଯୋଗ କର୍ତ୍ତା କରିଥିବା ଅଭିଯୋଗ ସତ କି ନାହିଁ ତାର ତଦାରଖ କରାଯାଏ। ସ୍ପେଶିଆଲିଷ୍ଟମାନେ ମିଛ ଖବର ରୋକିବା, ସାଇବର ସୁରକ୍ଷା ବିଷୟରେ ସଚେତନ କରିବା ଆଦି କାମରେ ଲାଗିଥାନ୍ତି ବୋଲି କମ୍ପାନୀ କହିଛି।

ହ୍ୱାଟ୍ସଆପ୍‌ ଆକାଉଣ୍ଟ ବିରୋଧରେ କେମିତି କରିବେ ରିପୋର୍ଟ
ଗ୍ରାହକ ଚାହିଁଲେ [email protected] ରେ ଏକ ଇମେଲ୍ ପଠାଇ ଆକାଉଣ୍ଟ ବିରୋଧରେ ଅଭିଯୋଗ କରିପାରିବେ। ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ଲେଖିବା ସହ ଆବଶ୍ୟକ ପଡ଼ିଲେ ପ୍ରମାଣ ସ୍ୱରୂପ ସ୍କ୍ରିନଶଟ୍‌ ଦେବେ। ଫଳରେ ଠକ ଆକାଉଣ୍ଟ ବିରୋଧରେ କମ୍ପାନୀ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏହା ଛଡ଼ା ଗ୍ରାହକ ଚାହିଁଲେ ହ୍ୱାଟ୍ସଆପ୍‌ରେ ଫ୍ୟାକ୍ କିମ୍ବା ହଇରାଣ କରୁଥିବା ଆକାଉଣ୍ଟ ବିରୋଧରେ ରିପୋର୍ଟିଂ ଆଣ୍ଡ ବ୍ଲକ୍ କରିପାରିବେ।

Show More

Related Articles

Back to top button