Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଶେଷ ୨୪ଘଣ୍ଟାରେ ସୁସ୍ଥ ହେଲେ ୧୪୬୫ କରୋନା ଆକ୍ରାନ୍ତ
କଟକରୁ ସର୍ବାଧିକ ସୁସ୍ଥ

ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ୍ ସଂକ୍ରମଣ ଗ୍ରାଫ୍ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ଗୁରୁବାର ରାଜ୍ୟରେ ୧୪୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୬୪ ହଜାର ୫୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୮୭ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୧୭୮ ଜଣ, ସୁନ୍ଦରଗଡରୁ ୧୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସୁସ୍ଥଙ୍କ ସଂଖ୍ୟା ଶହେ ତଳେ ରହିଛି ।