ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶେଷ ୨୪ଘଂଟାରେ ୨୨୮୨ କୋଭିଡ୍ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩୯୭୫୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୧୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୯୬୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୧ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୬ଜଣ, ବରଗଡ଼ ଜିଲ୍ଲାରୁ ୧୭ଜଣ, ଭଦ୍ରକ ଜିଲ୍ଲାରୁ ୭୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୯ଜଣ, ବୌଦ୍ଧ ଜିଲ୍ଲାରୁ ୧୦ଜଣ, କଟକ ଜିଲ୍ଲାରୁ ୨୮୯ଜଣ, ଦେଓଗଡ଼ ଜିଲ୍ଲାରୁ ୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୫ଜଣ, ଗଜପତି ଜିଲ୍ଲାରୁ ୮ଜଣ, ଗଞ୍ଜାମ ଜିଲ୍ଲାରୁ ୧୭ଜଣ, ଜଗତସିଂହପୁର ଜିଲ୍ଲାରୁ ୭୩ଜଣ, ଯାଜପୁର ଜିଲ୍ଲାରୁ ୧୧୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨ଜଣ,

କନ୍ଧମାଳ ଜିଲ୍ଲାରୁ ୨୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୨ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୯୨ଜଣ, କୋରାପୁଟ ଜିଲ୍ଲାରୁ ୪୦ଜଣ, ମାଲକାନଗିରି ଜିଲ୍ଲାରୁ ୩୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨ଜଣ, ନୟାଗଡ଼ ଜିଲ୍ଲାରୁ ୮୩ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୧୨୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୮ଜଣ, ସୋନପୁର ଜିଲ୍ଲାରୁ ୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୭ଜଣ, ଷ୍ଟେଟ ପୁଲ୍‌ରୁ ୧୧୭ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୯୭୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୫୪୬୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୯୬୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪୫୬୮୪୮୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button