ରାଜ୍ୟରେ ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଆସନ୍ତା ୨୪ ଘଣ୍ଟାରେ ବର୍ଷା । ଘଡଘଡି ସହ ବର୍ଷା ସମ୍ଭାବନା । ୧୫ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା, କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଟକ, ଜଗତସିହପୁର । ସେହିପରି ୨୪ ଘଣ୍ଟା ପରେ କେଉଁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।
ସେପଟେ ବଙ୍ଗୋପସାଗରରେ ଏକ ଗୁରୁଚାପ ରହିଛି। ଯାହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗରରୁ ଜଲୀୟବାଷ୍ପ ଆସୁଛି । ଯାହା କାଳବୈଶାଖୀ ବର୍ଷା କରାଇବାରେ ବର୍ତ୍ତମାନ ସହାୟକ ହେଉଛି । ଅନ୍ୟପଟେ କେରଳ ଓ କର୍ଣ୍ଣାଟକରେ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିଛି। ଯାହା କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ପ୍ରବେଶ କରାଇବାରେ ସହାୟକ ହେବ। ଫଳରେ ଆସନ୍ତା ଜୁନ ପ୍ରଥମ ସପ୍ତାହରୁ ରାଜ୍ୟର ଅନେକ ସ୍ଥାନରେ ପ୍ରାକ ମୋସୁମୀ ବର୍ଷା ଆରମ୍ଭ ହେବ। ଏହା ସହ ମୋସୁମୀ ମଧ୍ୟ ଶୀଘ୍ର ଆସିବା ନେଇ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।