
କରୋନା ଏବେ କମିବା ଷ୍ଟେଜରେ ଅଛି ବୋଲି ଡାକ୍ତର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି ଖୋର୍ଦ୍ଧା ଓ କଟକରେ ଲୋକ ଅଧିକ, ସର୍ଭେଲାନ୍ସ ଅଧିକ । ଯାତାୟାତ ଅଧିକ ବୋଲି ସଂକ୍ରମିତ ସଂଖ୍ୟା ବଢୁଛି । ହେଲେ ବ୍ୟସ୍ତ ହେବାର କିଛି ନାହିଁ । କିଛି କଥା ମାନିବାକୁ ପଡ଼ିବ ।
୧. ଆପଣଙ୍କ ପାଖ ଲୋକ କୋଭିଡ୍ ବାହକ ହୋଇପାରେ । ଦୂରତା ରକ୍ଷା କରନ୍ତୁ ।
୨. ଟିକା ନେଇଛନ୍ତି ବୋଲି କରୋନା ହେବନି ବୋଲି ଭାବନ୍ତୁ ନାହିଁ । ସତର୍କ ରୁହନ୍ତୁ ।
୩. ନିଜ ପିଲାଙ୍କୁ ବଞ୍ଚାଇବାକୁ ହେଲେ, ନିଜେ ଆଗ ସତର୍କତା ଅବଲମ୍ବନ କରନ୍ତୁ । ମା’-ବାପାଙ୍କଠାରୁ ହିଁ ଛୁଆଙ୍କୁ କରୋନା ବ୍ୟାପିବ ।
ଗବେଷଣା ଚାଲିଛି । ଟିକା ନେଇଥିବା ବ୍ୟକ୍ତିଙ୍କର ବର୍ଷେରୁ ଦେଢ଼ ବର୍ଷ ଯାଏଁ ପ୍ରତିଷେଧକ କ୍ଷମତା ଯାଞ୍ଚ କରିବା ପରେ ହିଁ ବୁଷ୍ଟର ଡୋଜର ଆବଶ୍ୟକତା କଥା କହି ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।