ରାଜ୍ୟରେ ବୁଧବାରଠୁ ବଢିବ ରାତି ତାପମାତ୍ରା
୧୮ରେ ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା
କଳାହାଣ୍ଡି ଓ କନ୍ଧମାଳରେ ମଙ୍ଗଳବାର ସକାଳୁ ଶୀତ ଲହରି ବହିବ । ମଙ୍ଗଳବାର ବି କିଛି ସ୍ଥାନରେ ଶୀତ ଜାରି ରହିବ। ବୁଧବାରଠାରୁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମିଯିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସେପଟେ ସୋମବାର ୫ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ୭.୫ଡିଗ୍ରୀ, ସୋନପୁରର ୮.୮, ଝାରସୁଗୁଡ଼ାରେ ୯.୮, ଭବାନୀପାଟଣାରେ ୯.୯ ଓ କେନ୍ଦୁଝରରେ ରାତି ତାପମାତ୍ରା ୧୦ଡିଗ୍ରୀ ଥିଲା । ଅନୁଗୁଳରେ ୧୧ଡିଗ୍ରୀ, ବଲାଙ୍ଗୀରରେ ୧୧.୩, ସମ୍ବଲପୁରରେ ୧୧.୫, ହୀରାକୁଦରେ ୧୧.୫ ଓ ବାରିପଦାରେ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ଥିଲା । ବଲାଙ୍ଗୀରରେ ୩୦.୩ ଓ ସୋନପୁରରେ ଦିନବେଳାର ତାପମାତ୍ରା ୩୦.୨ ଡିଗ୍ରୀ ରହିଥିଲା । ଆସନ୍ତା ୧୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ସମେତ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।