ରାଜ୍ୟରେ ଅଂଶୁଘାତ ନେଲାଣି ୪୧ ଜୀବନ
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ: କୋରାପୁଟରୁ ଆସିଛି ଆନ୍ଥରାକ୍ସ ମାମଲା

ଏସଆରସିଙ୍କ ରିପୋର୍ଟ ଅନୁସାରେ ହିଟୱେଭରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ୭୩ ମୃତ୍ୟୁର ତଦନ୍ତ ଚାଲିଛି। କିଛି ମୃତଦେହ ପରିବାର ଲୋକ ପୋଷ୍ଟମର୍ଟମ ନ କରି ନେଇ ଯାଇଛନ୍ତି। ଗତକାଲି ୧୬ ହିଟୱେଭ ମାମଲା ଆସିଛି। ଚଳିତ ବର୍ଷ ଏ ଯାଏଁ ୨୨୬୯ ହିଟୱେଭ ରୋଗୀ ଚିକିତ୍ସା ପାଇଛନ୍ତି। ଗତ ମାସ ୨୨ ଓ ୩୦ ତାରିଖରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ଯଶବନ୍ତପୁରର ଗାଁରୁ ଆନ୍ଥରାକ୍ସ ମାମଲା ଆସିଥିଲା । ପ୍ରଥମ ଗାଁରୁ ଦୁଇଟି ଓ ଅନ୍ୟ ଗାଁରୁ ତିନୋଟି ମାମଲା ଆସିଥିଲା। ୧୧ ମାମଲାରୁ ୨ଟି ଆନ୍ଥରାକ୍ସ ରୋଗୀ ଚି଼ହ୍ନଟ ହୋଇଛନ୍ତି। ବାକି ସାମ୍ପୁଲର ରିପୋର୍ଟ ଆସିନି। ସେ ସବୁ ଗାଁରେ ଆନ୍ଥରାକ୍ସ ଥିବା ଜନ୍ତୁକୁ ଗାଁ ଲୋକେ ମାରି ଖାଇବାରୁ ଆନ୍ଥ୍ରାକ୍ସ ବ୍ୟାପିଥିଲା। ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ରାପିଡ଼ ଆକ୍ସନ ଟିମ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି। ଗତ ବର୍ଷ ଏହି ସମୟ ସୁଦ୍ଧା ଡେଙ୍ଗୁ ୧୦୭ ଡେଙ୍ଗୁ ରୋଗୀ ଥିଲେ। ଚଳିତ ବର୍ଷ ଏ ଯାଏଁ ୨୩୫ ରୋଗୀ ଅଛନ୍ତି। ଗତକାଲି ୩ ରୋଗୀ ଚି଼ହ୍ନଟ ହୋଇନ୍ତି। ସେଥିରୁ ଦୁଇଟି ପୁରୀ ଓ ଭୁବନେଶ୍ୱରରୁ ଗୋଟେ ରୋଗୀ ଅଛନ୍ତି। ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦେଶ ଦିଆଯାଇଛି। ସର୍ବାଧିକ ରୋଗୀ ଖୋର୍ଦ୍ଧା, ମାଲକାନଗିରି ଓ ପୁରୀରୁ ଆସିଛି। ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି। ପ୍ଲେଟଲେଟ ଉପଲବ୍ଧ କରିବାକୁ କୁହାଯାଇଛି। ଏ ନେଇ ହସ୍ପିଟାଲ ଗୁଡିକୁ ପ୍ରଶିକ୍ଷଣ ଦିଆଯାଇଛି। କଟକ, ଖୋର୍ଦ୍ଧା, ପୁରୀକୁ ଅଧିକ ଆଲର୍ଟ ରହିବାକୁ କୁହାଯାଇଛି। କଟକରେ ୧୯, ଖୋର୍ଦ୍ଧାରେ ୬୫, ୧୭ ମାଲକାନଗିରିରୁ ଓ ସୁନ୍ଦରଗଡ଼ରୁ ୧୦ରୁ ୧୨ ଡେଙ୍ଗୁ ରୋଗୀ ଚି଼ହ୍ନଟ ହୋଇଛନ୍ତି। ସହରରେ ଡେଙ୍ଗୁ ଅଧିକ ହେବାରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି। ଚଳିତ ବର୍ଷ ଏ ଯାଏଁ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।



