Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ କମିବ ଖରା, ବଢିବ ଗୁଳୁଗୁଳି

ଭିଜାଇବ କାଳବୈଶାଖି ବର୍ଷା

ରାଜ୍ୟରେ ଆଗକୁ ଖରା କମିବ, କିନ୍ତୁ ଗୁଳୁଗୁଳି ବଢ଼ିବ । ଆଗକୁ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ୧୮ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି ।

ରବିବାର ସୋନପୁରରେ ସର୍ବାଧିକ ତାପମାତ୍ରା ୪୩.୩ ଡିଗ୍ରୀ ରେକର୍ଡ ହୋଇଛି । ସୁନ୍ଦରଗଡ଼ରେ ୪୩, ବଲାଙ୍ଗୀରରେ ୪୩, ଟିଟିଲାଗଡ଼ରେ ୪୨.୨, ସମ୍ବଲପୁରରେ ୪୨.୨, ଝାରସୁଗୁଡ଼ାରେ ୪୧.୬, ଭବାନୀପାଟଣା ଓ ନୂଆପଡ଼ାରେ ୪୧.୫, ମାଲକାନଗିରିରେ ୪୧ ଓ ଅନୁଗୁଳରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୧୬, ୧୭, ୧୮ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Show More

Related Articles

Back to top button