Breaking PLUSଦେଶ ବିଦେଶମୁଖ୍ୟ ଖବର
ଗୋଟିଏ ଦିନରେ କେନ୍ଦ୍ର ଓ ରାଜ୍ୟ ନିର୍ବାଚନ କରିବା ନେଇ ସଂସଦରେ କଣ କହିଲା ଆଇନ୍ ମନ୍ତ୍ରାଳୟ?
କେନ୍ଦ୍ର ନିର୍ବାଚନ ଓ ରାଜ୍ୟ ନିର୍ବାଚନ ଅଲଗା ଅଲଗା ସମୟରେ ହେଉଛି। ଫଳରେ ଏହା ସାଧାରଣ ଜୀବନକୁ ପ୍ରଭାବିତ କରିବା ସହ ଆବଶ୍ୟକୀୟ ସେବାରେ ଯୋଗାଇବାରେ ବାଧା ସୃଷ୍ଟି ହେଉଛି। ତେଣୁ ଗୋଟିଏ ଦିନରେ ନିର୍ବାଚନ ହେଉ ବୋଲି ସଂସଦୀୟ କମିଟି ସୁପାରିଶ କରିଛି।

ତା ଛଡ଼ା ଏକାଧିକ ନିର୍ବାଚନ ହେବା ଦ୍ୱାରା ଅଧିକ ଖର୍ଚ୍ଚ ହେଉଛି। ହେଲେ ଗୋଟିଏ ନିର୍ବାଚନ ହେଲେ ଖର୍ଚ୍ଚରୁ ମୁକ୍ତି ମିଳିବ। ତେଣୁ ଏକାସାଙ୍ଗରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା ପାଇଁ ଲ କମିଶନ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି।
ଏନେଇ ସଂସଦରେ ଆଇନ ମନ୍ତ୍ରାଳୟ କହିଛି “ ପର୍ସୋନେଲ୍, ଲୋକ ଅଭିଯୋଗ, ଲ ଆଣ୍ଡ ଜଷ୍ଟିସ୍ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସାଙ୍ଗରେ କରିବାକୁ ସଂସଦୀୟ ସ୍ଥାୟୀ କମିଟି ବିଚାର କରୁଛନ୍ତି। ଏଥିପାଇଁ ନିର୍ବାଚନ କମିଶନ ଓ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରୁଛି। କମିଟିର ୭୯ ତମ ରିପୋର୍ଟରେ ଏନେଇ କିଛି ପ୍ରସ୍ତାବ ଦିଆଯାଇଛି। ତେବେ ମାମଲାକୁ ତଦାରଖ କରିବାକୁ ପାଇଁ ଲ କମିଶନଙ୍କ ପାଖକୁ ପଠାଯାଇଛି।”