ଦେଶ ବିଦେଶ
ପାଟଣା ଓ ସାହାରପଡାରେ ୫ କରୋନା ଆକ୍ରାନ୍ତ ଚିହ୍ନଟ
ରବିବାର ଦିନ ପାଟଣା ଓ ସାହାରପଡା ବ୍ଲକରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପୁଣି ଚିନ୍ତା ବଢାଇଲାଣି କରୋନା । ୫ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ପରିବାର ଓ ଗ୍ରାମବାସୀଙ୍କ ନମୁନା ସଂଗ୍ରହ କରାଯାଉଛି ।
ତେବେ ପାଟଣା ବ୍ଲକର ଚାକୁଣ୍ଡାପାଳ ପଞ୍ଚାୟତରେ ଗୋଟିଏ ପରିବାରର ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତରେ ଜଣେ ୧୭ ବର୍ଷୀୟ ଛାତ୍ରୀ ଓ ବାଇକଳା ପଞ୍ଚାୟତରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। କରୋନା ଭୁତାଣୁ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।