ଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ଗୀତ ଗୋବିନ୍ଦ ଶୁଣି ଭାବ ବିହ୍ବଳ ହେଲେ ମୁଖ୍ୟ ପ୍ରଶାସକ

କାଳିଆ ପ୍ରେମରେ ବିଭୋର ହୋଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର । ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବା ଲାଗି ଯାଇଥିବା ବେଳେ ଭାବ ବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା

ଶ୍ରୀମନ୍ଦିରକୁ ଯାଇଥିବା ବେଳେ ଗୀତ ଗୋବିନ୍ଦ ଗାୟନ କରାଯାଇଥିଲା । ଅଧଘଣ୍ଟା ଧରି ଗୀତ ଗୋବିନ୍ଦ ଗାନ କରିଥିଲେ ସେବାୟତ । କିଛି ସମୟ ଲାଗି ଶ୍ରୀମନ୍ଦିର ପରିସର ପାଲଟି ଯାଇଥିଲା ଭକ୍ତିମୟ ପରିବେଶ । ସେବାୟତଙ୍କ ସହ ମୁଖ୍ୟ ପ୍ରଶାସକ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଗୀତ ଗୋବିନ୍ଦ ଗାନ କରିଥିବା ଦେଖିବାକୁ ମିଳିଥିଲା ।ଶୁକ୍ରବାର ନବଯୌବନ ଦର୍ଶନ କରିବା ଲାଗି ଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଏହି ଅବସରରେ ସାମିଲ ହୋଇଥିଲେ ।

ସମସ୍ତେ ନମ୍ରତାର ସହ ଆଣ୍ଠୁ ମାଡି ଯୋଡ଼ ହସ୍ତରେ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ । ସମସ୍ତେ ଏକସାଙ୍ଗରେ ଗୀତ ଗୋବିନ୍ଦ ଗାନ କରିବାର ଅନୁଭୂତି ନିଆରା ଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ମୁଖ୍ୟ ପ୍ରଶାସକ ।ଉଲ୍ଲେଖଯୋଗ୍ୟ ଯେ, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡ଼ିଥିଲେ । ଅଣସର ଘରେ ଚାଲିଥିଲା ମହାପ୍ରଭୁଙ୍କ ଗୁପ୍ତ ସେବା । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ଆୟୁବୈଦ ଚିକିତ୍ସା କରାଯାଇଥିଲେ । ଧିରେ ଧିରେ ସୁସ୍ଥ ହୋଇଥିଲେ ମହାପ୍ରଭୁ । ପଖାଳ ଖାଇ ଅରୁଚି ଭାଙ୍ଗିବା ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ମିଳିଥିଲା । ଆସନ୍ତା ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତ ବର୍ଷ ବିନା ଭକ୍ତରେ ଏହା ସମାପନ ହେବ ।

Show More

Related Articles

Back to top button