
ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସାମ ସରକାର ସାତଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗୋଲପାରା, ଗୋଲାଘାଟ, ଜୋରହାଟ, ଲଖିମ୍ପୁର, ସୋନୀତ୍ପୁର, ବିଶ୍ୱନାଥ ଏବଂ ମୋରିଗାଁଓରେ ଲକ୍ଡାଉନ୍ ଲଗାଇବା ପାଇଁ ସରକାର ଘୋଷଣା କରିଛନ୍ତି । ଏହି ଜିଲ୍ଲା ଗୁଡ଼ିକରେ ୭ ଜୁଲାଇ ଅର୍ଥାତ ଆସନ୍ତା କାଲି ଠାରୁ ତାଲାବନ୍ଦ କରିଯିବ ଏବଂ ଏହା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ରହିବ । ଏ ନେଇ ସରକାର ଗାଇଡ୍ଲାଇନ୍ ମଧ୍ୟ ଜାରି କରିଛନ୍ତି ।ଆସାମରେ ସୋମବାର କରୋନା ଭାଇରସ୍ ସଂକ୍ରମଣର ୨,୬୪୦ ନୂଆ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ସଂକ୍ରମିତଙ୍କ ମୋଟ ସଂଖ୍ୟା ୫,୧୯,୮୩୪ରେ ପହଞ୍ଚିଛି । ଏଥିସହିତ ୩୧ ଜଣ ମୃତକଙ୍କୁ ମିଶାଇ ମୋଟ ୪,୬୮୩ଜଣ ଲୋକଙ୍କ ଜୀବନ ଯାଇଛି ।
ଗୋଲ୍ଘାଟ ଜିଲ୍ଲାରେ ସବୁଠାରୁ ଅଧିକ ୩୩୩ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ସୋନୀତ ପୁରରେ ୨୩୩ଟି, କାମରୁପ ମେଟ୍ରୋପଲିଟାନ୍ରେ ୧୯୭ଟି ମାମଲା ଆସିଥିଲା ।ସୋମବାର ରାଜ୍ୟରେ ୧,୧୬,୫୪୨ ଲୋକଙ୍କର ସ୍ୱାବ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ୨,୬୪୦ ଲୋକଙ୍କର ପଜିଟିଭ୍ ଆସିଥିଲା । ବର୍ତ୍ତମାନ ରାଜ୍ୟରେ ୨୨,୨୪୩ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ସଂକ୍ରମିତ ହେବା ପରେ ୪,୯୧,୫୬୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଆସାମରେ ଏପର୍ଯ୍ୟନ୍ତ ୫,୧୯.୮୩୪ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ,୭୬.୮୫ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି । ସେଥିମଧ୍ୟରୁ ୧୩.୦୯ ଲକ୍ଷ ଲୋକ ଦୁଇଟି ଯାକ ଡୋଜ ଗ୍ରହଣ କରିଛନ୍ତି।