Breaking PLUSଦେଶମୁଖ୍ୟ ଖବର

ସୁକୁମାରେ ଅପହୃତ ହୋଇଥିବା 4ଜଣଙ୍କୁ ଛାଡିଲେ ମାଓବାଦୀ

ସୁକୁମା, 13 ଫେବୃଆରୀ – ଛତିଶଗଡର ନକ୍ସଲ ପ୍ରଭାବିତ ସୁକୁମା ଜିଲ୍ଲାରେ ଜଗରଗୁଣ୍ଡା ଥାନା ଅଂଚଳରୁ ମାଓବାଦୀମାନେ ଅପହରଣ କରିଥିବା 4ଜଣଙ୍କୁ ମୁକ୍ତ କରିଛନ୍ତି । ଜଣେ ଅପହୃତ ଗ୍ରାମବାସୀଙ୍କୁ ଅନ୍ୟ ଏକ ନମ୍ବରରୁ ଫୋନ କରି ନିଜ ପିତାଙ୍କୁ ଖବର ଦେଇ କହିଛନ୍ତି ଯେ, ମୁଁ ସୁରକ୍ଷିତ ଅଛି ଏବଂ ଫେରୁଛି ।
ଏଠାରେ ସୂଚନାଯୋଗ୍ୟ, ବିଜାପୁର ଓ ସୁକୁମାର ସୀମାନ୍ତ ଅଞ୍ଚଳର ଜଗରଗୁଣ୍ଡା ଥାନା ଅଞ୍ଚଳର ସିଙ୍ଗରାମ ଗାଁରୁ ନକ୍ସଲମାନେ ନଳଜଳ ମିଶନ ଯୋଜନାରେ କାମ କରୁଥିବା 4ଜଣଙ୍କୁ ଅପହରଣ କରିନେଇଥିଲେ । 4ଜଣଙ୍କ ମଧ୍ୟରେ ଜଣେ କଣ୍ଟ୍ରାକ୍ଟର ମଧ୍ୟ ଥିଲେ । ମାଓବାଦୀମାନେ ନିଜ ସହ ଜେସିବି ମଧ୍ୟ ନେଇଯାଇଥିଲେ ।

Show More

Related Articles

Back to top button