
ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୫୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଅନୁଗୁଳରୁ ୧, ବାଲେଶ୍ୱରରୁ ୪, ବରଗଡରୁ ୧, ଭ ଦ୍ରକରୁ ୧, ବଲାଙ୍ଗୀରରୁ ୪, କଟକରୁ ୫, ଗଜପତିରୁ ୮, ଗଞ୍ଜାମରୁ ୨, ଯାଜପୁରରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୪, ଖୋର୍ଦ୍ଧାରୁ ୫, କୋରାପୁଟରୁ ୩, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୬, ନୟାଗଡରୁ ୧, ନୂଆପଡାରୁ ୧, ପୁରୀରୁ ୧, ସମ୍ବଲପୁରରୁ ୧୨, ସୋନପୁରରୁ ୫, ସୁନ୍ଦରଗଡରୁ ୧୦ ଓ ଷ୍ଟେଟ ପୁଲରୁ ୧ ଜଣ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୭୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୬୪୦୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯୮୩୧୨୪୩ସାମ୍ପୁଲ ଟେଷ୍ଟ୍ ହୋଇଛି ।